21.1 C
Bhubaneswar
Monday, November 18, 2024
Homeଓଡିଶାନିର୍ବାଚନ ହାରିବା ପରେ ସରପଞ୍ଚ ପ୍ରାର୍ଥୀଙ୍କ କାରନାମା

ନିର୍ବାଚନ ହାରିବା ପରେ ସରପଞ୍ଚ ପ୍ରାର୍ଥୀଙ୍କ କାରନାମା

ଗଜପତି : ନିର୍ବାଚନରେ ହାରିବା ପରେ ରାସ୍ତା ବନ୍ଦ କଲେ ପ୍ରାର୍ଥୀ । ରାସ୍ତାରେ ବଡ଼ ବଡ଼ ଗାତ ଖୋଳିବା ସହ ପଥର ପକାଇ ୫ଟି ଗାଁକୁ ସଂଯୋଗ କରୁଥିବା ରାସ୍ତାକୁ ବନ୍ଦ କରିଛନ୍ତି ସରପଞ୍ଚ ପ୍ରାର୍ଥୀ । ପଞ୍ଚାୟତ ନିର୍ବାଚନରେ ହାରି ଯିବାରୁ ସରପଞ୍ଚ ପ୍ରାର୍ଥୀ ବାରିକ ଶବରଙ୍କ ଏଭଳି କାରନାମା ଦେଖିବାକୁ ମିଳିଛି । ଗଜପତି ଜିଲ୍ଲା ରାୟଗଡ ବ୍ଲକ୍ ଅନ୍ତର୍ଗତ ଗଙ୍ଗାବାଡ ପଞ୍ଚାୟରେ ଏହି ଘଟଣା ଘଟିଛି । ସୂଚନା ଅନୁଯାୟୀ, ଗଜପତି ଜିଲ୍ଲା ସୀମାନ୍ତ ଗଙ୍ଗାବାଡ଼ ପଞ୍ଚାୟତର ସ୍ଥାନୀୟ ସରପଞ୍ଚ ହରିବନ୍ଧୁ କାର୍ଜୀ ଦୀର୍ଘ ୧୫ ବର୍ଷରୁ ଅଧିକ ହେବ ସେ ତାଙ୍କ ପରିବାର ଲୋକେ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ି ସରପଞ୍ଚ ଭାବେ ନିର୍ବାଚିତ ହୋଇ ଆସୁଛନ୍ତି । ଚଳିତ ଥର ମଧ୍ୟ ହରିବନ୍ଧୁ ସରପଞ୍ଚ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିଥିଲେ ଓ ଏଥିରେ ବିଜୟ ଲାଭ କରିଥିଲେ । କିନ୍ତୁ ସରପଞ୍ଚ ପ୍ରାର୍ଥୀ ଭାବେ ଛିଡ଼ା ହୋଇଥିବା ବାରିକ ଶବର ନିର୍ବାଚନରେ ହାରି ଯାଇଥିଲେ । ନିର୍ବାଚନରେ ହାରିବା ପରେ ସେ ୫ଟି ଗାଁକୁ ସଂଯୋଗ କରୁଥିବା ରାସ୍ତାକୁ ବନ୍ଦ କରି ଦେଇଥିବା ସୂଚନା ମିଳିଛି । ରାୟଗଡ଼ ପଞ୍ଚାୟତକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାକୁ ସେ ବନ୍ଦ କରି ଦେଇଛନ୍ତି । ରାସ୍ତାରେ ବଡ଼ ବଡ଼ ଗାତ ଖୋଳିବା ସହ ପଥର ପକାଇ ରାସ୍ତା ବନ୍ଦ କରି ଦେଇଛନ୍ତି । ଫଳରେ ୫ଟି ଗାଁର ଲୋକେ ପଞ୍ଚାୟତକୁ ଆସିବା ନେଇ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking