32.1 C
Bhubaneswar
Saturday, October 19, 2024
Homeଦେଶ ବିଦେଶମୋଦୀ ସାଙ୍ଗିଆ ବୟାନ ଜଡ଼ିତ ମାନହାନି ମାମଲା; ରାହୁଲ ଗାନ୍ଧୀଙ୍କ ପିଟିସନ୍ ଖାରଜ

ମୋଦୀ ସାଙ୍ଗିଆ ବୟାନ ଜଡ଼ିତ ମାନହାନି ମାମଲା; ରାହୁଲ ଗାନ୍ଧୀଙ୍କ ପିଟିସନ୍ ଖାରଜ

ସୁରଟ: ଗୁଜରାଟର ସୁରଟ ସେସନ୍ସ କୋର୍ଟ ‘ମୋଦୀ ସାଙ୍ଗଆ’ ବୟାନ ନେଇ ଏକ ଅପରାଧିକ ମାନହାନି ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଦୋଷସିଦ୍ଧ ଉପରେ ରୋକ୍ ଲଗାଇବା ନେଇ ହୋଇଥିବା ପିଟିସନ୍‌କୁ ଗୁରୁବାର ଖାରଜ କରିଦେଇଛନ୍ତି । ଆଡିସ୍‌ନାଲ୍ ସେସନ୍ସ କୋର୍ଟ ଜଜ୍ ଆର୍‌ପି ମୋଗେରା ଏହି ମାମଲାରେ ଦୁଇ ପକ୍ଷଙ୍କ ଯୁକ୍ତି ଶୁଣିବା ପରେ ଏପ୍ରିଲ୍ ୧୩ ତାରିଖରେ ରାୟ ସଂରକ୍ଷିତ ରଖିଥିଲେ ଏବଂ ଆଜି ଏହାକୁ ଖାରଜ କରିଦେଇଛନ୍ତି ।

ପିଟିସନ୍ ଖାରଜ କରି କୋର୍ଟ କହିଥିଲେ, ଦୋଷସିଦ୍ଧ ଉପରେ ରୋକ୍ ନଲଗାଯିବା କାରଣରୁ ନିର୍ବାଚନ ଲଢ଼ିନପାରିଲେ ରାହୁଲଙ୍କ କ’ଣ ଅପୂରଣୀୟ କ୍ଷତି ହେବ ତାହା ତାଙ୍କ ଓକିଲ ଦର୍ଶାଇବାରେ ବିଫଳ ହୋଇଛନ୍ତି । ରାହୁଲ ଗାନ୍ଧୀଙ୍କ ଓକିଲ କୀରିଟ୍ ପାନୱାଲା କହିଛନ୍ତି, ସେସନ୍ସ କୋର୍ଟଙ୍କ ରାୟକୁ ଗୁଜରାଟ ହାଇକୋର୍ଟରେ ଚ୍ୟାଲେଞ୍ଜ୍ କରାଯିବ । ଏହି ନିଷ୍ପତ୍ତିକୁ ବିଜେପି ନ୍ୟାୟପାଳିକାର ବିଜୟ ବୋଲି କହି ଖୁସିବ୍ୟକ୍ତ କରିଥିବା ବେଳେ ଆଇନ ଅନୁସାରେ ଉପଲବ୍ଧ ସମସ୍ତ ବିକଳ୍ପର ବ୍ୟବହାର କରିବ ବୋଲି କଂଗ୍ରେସ କହିଛି । ପାର୍ଟି ସାଧାରଣ ସମ୍ପାଦକ ଜୟରାମ ରମେଶ ଟ୍ୱିଟ୍ କରି ଲେଖିଛନ୍ତି, ‘ଆଇନ ଅନୁସାରେ ଯାହା ବି ବିକଳ୍ପ ଆମ ପାଇଁ ଉପଲବ୍ଧ ହେବ, ଆମେ ସେସବୁ ବିକଳ୍ପର ଲାଭ ଉଠାଇବା ଜାରି ରଖିବୁ ।

ମାନହାନି ମାମଲାରେ ନିମ୍ନ କୋର୍ଟଙ୍କ ଆଦେଶ ବିରୋଧରେ ରାହୁଲ ଗାନ୍ଧୀ ଏପ୍ରିଲ୍ ୩ ତାରିଖରେ ସେସନ୍ସ କୋର୍ଟର ଦ୍ୱାରସ୍ଥ ହୋଇଥିଲେ । ସେସନ୍ସ କୋର୍ଟରେ ରାହୁଲଙ୍କ ଓକିଲ ନିମ୍ନ କୋର୍ଟଙ୍କ ଦୁଇବର୍ଷ ଜେଲ୍‌୍ ଦଣ୍ଡାଦେଶ ବିରୋଧରେ ମୁଖ୍ୟ ଅପିଲ୍ ସହିତ ଦୁଇଟି ଆବେଦନ ଦାୟର କରିଥିଲେ । ଏହା ମଧ୍ୟରୁ ଗୋଟିଏ ଆବେଦନ ଜାମିନ ପାଇଁ ଥିବାବେଳେ ଅନ୍ୟଟି ମୁଖ୍ୟ ଅପିଲ୍‌ର ନିସ୍ତାରଣ ପର୍ଯ୍ୟନ୍ତ ଦୋଷସିଦ୍ଧ ଉପରେ ରୋକ୍ ଲଗାଇବା ନିମନ୍ତେ ଦାୟର ହୋଇଥିଲା ।

୨୦୧୯ ଲୋକସଭା ନିର୍ବାଚନରେ ରାହୁଲ କେରଳର ୱାୟନାଡରୁ ଜିତି ସାଂସଦ ହୋଇଥିଲେ । ଗତ ମାର୍ଚ୍ଚ ୨୩ରେ ସୁରଟର ଏକ କୋର୍ଟ ବିଜେପି ବିଧାୟକ ପୂର୍ଣ୍ଣେଶ ମୋଦୀଙ୍କ ଦ୍ୱାରା ଦାୟର ଅପରାଧିକ ମାନହାନି ମାମଲାରେ ରାହୁଲ ଦୋଷୀ ସାବ୍ୟସ୍ତ କରିବା ସହିତ ଦୁଇବର୍ଷ ଜେଲ୍ ଦଣ୍ଡାଦେଶ ଦେଇଥିଲେ । ଏହାର ଦିନକ ପରେ ତାଙ୍କୁ ଲୋକସଭାର ସଦସ୍ୟତାରୁ ଅଯୋଗ୍ୟ ଘୋଷିତ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking