ନୂଆଦିଲ୍ଲୀ: ପେଟ୍ରୋଲ, ଡିଜେଲ ଉପରେ କୃଷି ସେସ ଲାଗୁ ପ୍ରସଙ୍ଗରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି, ସେସ ବଢିଥିଲେ ବି ଏହା ସାଧାରଣ ଉପଭୋକ୍ତାଙ୍କ ଉପରେ ବୋଝ ହେବନି । ଲାଗୁ ହୋଇଥିବା କୃଷି ସେସ ଉପଭୋକ୍ତା ନୁହେଁ, କମ୍ପାନୀ ବହନ କରିବ । କୃଷି ସେସ ଲାଗୁ ସହ ଆମଦାନୀ ଶୁକ୍ଳ ହ୍ରାସ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ।
କୃଷି ଉତ୍ପାଦନକୁ ଦକ୍ଷତାର ସହିତ ସଂରକ୍ଷଣ ଏବଂ ପ୍ରକ୍ରିୟାକରଣ କରୁଥିବାବେଳେ ଅଧିକ ଉତ୍ପାଦନ ପାଇଁ କୃଷି ଭିତ୍ତିଭୂମିରେ ଉନ୍ନତି ଆଣିବାକୁ ତୁରନ୍ତ ଆବଶ୍ୟକତା ରହିଛି ବୋଲି ସୀତାରମଣ କହିଛନ୍ତି । ଏହା ଚାଷୀଙ୍କ ପାଇଁ ଆୟ ବୃଦ୍ଧି କରିବ । ସେ କହିଛନ୍ତି ଯେ କେନ୍ଦ୍ର କଷ୍ଟମ୍ସ ଶୁଳ୍କ ହ୍ରାସ କରିଛି । ସେଥିପାଇଁ ଗ୍ରାହକଙ୍କ ଉପରେ କୌଣସି ଅତିରିକ୍ତ ବୋଝ ପଡିବ ନାହିଁ ବୋଲି ସେ କହିଛନ୍ତି ।