26.1 C
Bhubaneswar
Sunday, November 24, 2024
Homeଦେଶ ବିଦେଶଘରୋଇ ପୁଞ୍ଜି ବଜାରରେ ହ୍ରାସ ଜାରି

ଘରୋଇ ପୁଞ୍ଜି ବଜାରରେ ହ୍ରାସ ଜାରି

ମୁମ୍ବାଇ: ଚଳିତ ସପ୍ତାହ ପ୍ରାରମ୍ଭରୁ ଘରୋଇ ପୁଞ୍ଜି ବଜାରରେ ହ୍ରାସ ଧାରା ଲାଗି ରହିଛି । ଶୁକ୍ରବାର ମଧ୍ୟ ନାଲି ସଙ୍କେତ ସହ ଖୋଲିଛି ଇକ୍ବିଟି ସୂଚକାଙ୍କ । କାରବାର ଆରମ୍ଭରୁ ସେନସେକ୍ସ ୭୦୬.୨୫ ପଏଣ୍ଟ ହ୍ରାସ ପାଇଛି । ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ ନିଫ୍ଟି ମଧ୍ୟ ୨୦୩.୫୦ ପଏଣ୍ଟ ଖସିଛି ।

ଆଜି ସକାଳ ୯ଟା ୨୦ ମିନିଟ୍ ସମୟରେ ୩୦ ସେୟାର ଆଧାରିତ ସେୟାର ସୂଚକାଙ୍କ ସେନସେକ୍ସ ୭୦୬.୨୫ ପଏଣ୍ଟ ବା ୧.୧୯ ପ୍ରତିଶତ ହ୍ରାସ ଘଟି ୫୮୭୫୮.୩୭ରେ ରହିଛି । ସମାନ ଭାବେ ୩୦ ସେୟାର ଆଧାରିତ ଏନଏସଇ ନିଫ୍ଟି ମଧ୍ୟ ୨୦୩.୫୦ ପଏଣ୍ଟ ବା ୧.୧୫ ପ୍ରତିଶତ ହ୍ରାସ ସହ ୧୭୫୫୩.୫୦ ପଏଣ୍ଟରେ କାରବାର କରୁଛି ।ଉଲ୍ଲେଖଯୋଗ୍ୟ, ସୋମବାର ପରଠାରୁ ବଜାର କାରବାର ମାନ୍ଦା ଚାଲିଛି । ମଙ୍ଗଳବାରଠୁ କ୍ରମାଗତ ଚାରି ଦିନ ଧରି ଘରୋଇ ପୁଞ୍ଜି ବଜାର ଧରାଶାୟୀ ରହିଛି । ଗୁରୁବାର କାରବାରରେ ସେନସେକ୍ସ ୬୩୪ ପଏଣ୍ଟରୁ ଅଧିକ ହ୍ରାସ ଘଟି ୫୯,୪୬୪.୬୦ ପଏଣ୍ଟରେ କାରବାର ଶେଷ କରିଥିଲା । ନିଫ୍ଟିରେ ମଧ୍ୟରେ ୧୮୧.୪ ପଏଣ୍ଟରୁ ଅଧିକ ହ୍ରାସ ଆସି ୧୭,୭୫୭ ପଏଣ୍ଟରେ କାରବାର ବନ୍ଦ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking