31.1 C
Bhubaneswar
Saturday, March 21, 2026
Homeଓଡିଶାରାଜ୍ୟ ସରକାରଙ୍କ ମିଛ ପ୍ରଚାରର ସଠିକ୍ ତଥ୍ୟ ଲୋକଙ୍କ ସାମ୍ନାରେ ରଖିବାକୁ ନିଷ୍ପତ୍ତି

ରାଜ୍ୟ ସରକାରଙ୍କ ମିଛ ପ୍ରଚାରର ସଠିକ୍ ତଥ୍ୟ ଲୋକଙ୍କ ସାମ୍ନାରେ ରଖିବାକୁ ନିଷ୍ପତ୍ତି

ଭୁବନେଶ୍ୱର: ଆଜି ଶଙ୍ଖ ଭବନଠାରେ ବିଜୁ ଜନତା ଦଳର ସାଂସଦ, ବିଧାୟକ, ଗତ ସାଧାରଣ ନିର୍ବାଚନର ପ୍ରାର୍ଥୀ ଓ ଦଳୀୟ ନେତୃବୃନ୍ଦଙ୍କୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ କର୍ମଶାଳା ଅନୁଷ୍ଠିତ ହୋଇଥିଲା । ବୈଷୟିକ ଜ୍ଞାନକୌଶଳ ବ୍ୟବହାର କରି ସାମାଜିକ ଗଣମାଧ୍ୟମ ଜରିଆରେ ତୃଣମୂଳ ସ୍ତରରେ ଦଳକୁ ଅଧିକ ସଙ୍ଗଠିତ କରିବା ପାଇଁ ବିଭିନ୍ନ ପ୍ରସ୍ତାବ ଉପରେ ଆଲୋଚନା କରାଯାଇଥିଲା । ଏହି ବୈଠକରେ ଦଳର ଆଇଟି ଏବଂ ସୋସିଆଲ ମିଡିଆ ଆବାହକ ତଥା ପୂର୍ବତନ ସାଂସଦ ଡଃ ଅମର ପଟ୍ଟନାୟକ ସାମ୍ପ୍ରତିକ ସମୟରେ ସାମାଜିକ ଗଣମାଧ୍ୟମର ଗୁରୁତ୍ୱ ଉପରେ ଆଲୋକପାତ କରି ବିଭିନ୍ନ ଉପାଦେୟ ତଥ୍ୟ ଉପସ୍ଥାପନ କରିଥିଲେ ।

ଦଳର ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନିଦେ୍ର୍ଦଶ ଅନୁଯାୟୀ, ସଙ୍ଗଠନର ପ୍ରତ୍ୟେକ ସ୍ତରରେ ସାମାଜିକ ଗଣମାଧ୍ୟମର ଭରପୂର ଉପଯୋଗ କରିବା ପାଇଁ ଏହି ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା । ଖାସ୍ କରି ରାଜ୍ୟରେ ୧ ବର୍ଷ ପୂରଣ କରିଥିବା ବିଜେପି ସରକାରର ମିଛ ପ୍ରଚାର ଏବଂ ବିଭିନ୍ନ ଯୋଜନା ବନ୍ଦ ହେବା ଫଳରେ ସାଧାରଣ ଜନତା ଯେଉଁ ସମସ୍ୟାର ସାମ୍ନା କରୁଛନ୍ତି, ତାର ସଠିକ୍ ତଥ୍ୟ ସାମାଜିକ ଗଣମାଧ୍ୟମ ଜରିଆରେ ସଭିଙ୍କ ସାମ୍ନାରେ ରଖିବାକୁ ଡଃ ପଟ୍ଟନାୟକ ପରାମର୍ଶ ଦେଇଥିଲେ ।

ବୈଠକର ପ୍ରାରମ୍ଭରେ ବରିଷ୍ଠ ଉପସଭାପତି ଶ୍ରୀଯୁକ୍ତ ଦେବୀ ପ୍ରସାଦ ମିଶ୍ର ସ୍ୱାଗତ ଅଭିଭାଷଣ ରଖିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସଭାପତିଙ୍କ ରାଜନୈତିକ ସଚିବ ଡ. ସଂତୃପ୍ତ ମିଶ୍ର, ଶ୍ରୀ ପ୍ରଣବ ପ୍ରକାଶ ଦାସ, ଶ୍ରୀ ପ୍ରତାପ ଜେନା, ଡ. ଅରୁଣ ସାହୁ, ଶ୍ରୀ ସଂଜୟ ଦାସ ବର୍ମା, ଶ୍ରୀମତୀ ପ୍ରମିଳା ମଲ୍ଲିକ, ଶ୍ରୀ ଚନ୍ଦ୍ରଶେଖର ସାହୁ, ଶ୍ରୀ ପ୍ରଫୁଲ୍ଲ ସାମଲ, ଶ୍ରୀ ସୁଦାମ ମାରାଣ୍ଡି, ଶ୍ରୀ ପ୍ରଦୀପ ଅମାତ, ଶ୍ରୀ ପ୍ରଣବ ବଳବନ୍ତରାୟ, ଶ୍ରୀ ବ୍ୟୋମକେଶ ରାୟ, ଶ୍ରୀମତୀ ରାଜଶ୍ରୀ ମଲ୍ଲିକ, ଶ୍ରୀମତୀ ସର୍ମିଷ୍ଠା ସେଠୀଙ୍କ ସହ ପ୍ରମୁଖ ନେତୃମଣ୍ଡଳୀ ଉପସ୍ଥିତ ଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking