ଦେବଗଡ଼, :ଗରିବ ଯୋଗ୍ୟ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପକ୍କା ଘର ଯୋଗାଇବା ତଥା ପୂର୍ବରୁ ଯେଉଁମାନେ ଦୁର୍ନୀତି କରି ଆବାସ ଘର ହଡପ କରିଛନ୍ତି ଏବଂ ଏଥିରେ ଯେଉଁ ଅଧିକାରୀମାନଙ୍କ ସଂପୃକ୍ତି ଅଛି ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଟାନ ଗ୍ରହଣ କରିବା ପାଇଁ ବିଜେପି ପକ୍ଷରୁ ଦାବି କରାଯାଇଛି । ଏହି କ୍ରମରେ ଆଜି ଜିଲ୍ଲା ବିଜେପି ପକ୍ଷରୁ ତିଲେଇବଣି ବ୍ଲକ ଘେରାଉ କରାଯିବା ସହିତ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଏହାସହିତ ରାଜ୍ୟପାଳଙ୍କ ଉଦ୍ଧେଶ୍ୟରେ ତିଲେଇବଣି ବ୍ଲକ ବିଡିଓ କୃଷ୍ନଚନ୍ଦ୍ର ଦଳପତିଙ୍କୁ ଏକ ଦାବି ପତ୍ର ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମ ରେ ଜିଲ୍ଲାପରିଷଦ ଅଧ୍ୟକ୍ଷା ସୁଧାମୟୀ ପଟେଲ, ତିଲେଇବଣି ବ୍ଲକ ଅଧ୍ୟକ୍ଷା ସୁଭାଷିନି ଦେହୁରୀ, ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅରୁଣ ସାହୁ, ଜିଲ୍ଲା ପରିଷଦ ସଦସ୍ୟା ବୃନ୍ଦାବତୀ ଭୋଇ, ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ରଣଜିତ ପଟେଲ, ସାଂସଦଙ୍କ ପ୍ରତିନିଧି ଯୋଗେଶ ପ୍ରଧାନ, ଧରଣୀଧର ସାହୁ, ସତ୍ୟନାରାୟଣ ପାଣି, ହିମାଂଶୁ ଶେଖର ପ୍ରଧାନ, ରୁଦ୍ରମଣି ସୁବୁଦ୍ଧି, ଭୋଳେଶ୍ବର ପ୍ରଧାନ, ଶ୍ବେତ ପ୍ରଧାନ, ବିରଂଚି ନାରାୟଣ ନନ୍ଦ, ଗଣେଶ୍ବର ସ୍ବାଇଁ, ରାଜୁ ମେହେର, ମନୋଜ ସାହୁ, ବାଣେଶ୍ବର ସାହୁ, ଚିତ୍ତରଂଜନ ସିଂ, ରାମଚନ୍ଦ୍ର ପ୍ରଧାନ, ସୁଦାମ ପ୍ରଧାନ,ମଣିନ୍ଦ୍ର ଗଡନାୟକ, ଦ୍ବିଜରାଜ ଧଳ, ସୁରୁ ପାତ୍ର, ମିଟୁ ସାହୁ, ଚନ୍ଦନ ମାଝୀ, ରତନ କାଲୋ, ଅବିନାଶ ପ୍ରଧାନ, ବିଜୟ ପ୍ରଧାନ, ଅମୂଲ୍ୟ ଧରୁଆ, ଦୁଃଖବନ୍ଧୁ କିଷାନ, ସୁଧାଂଶୁ ଶେଖର ପ୍ରଧାନଙ୍କ ସମେତ ବହୁ ବିଜେପିକର୍ମୀ ସକ୍ରିୟ ଅଂଶ ଗ୍ରହଣ କରିଥିଲେ ।