17.1 C
Bhubaneswar
Wednesday, November 27, 2024
Homeଓଡିଶାପିତାକୋଣ୍ଡା ଗ୍ରାମରେ ଅଜଣା ରୋଗ ଅକ୍ରାନ୍ତରେ ୨୦ ଜଣଙ୍କ ମୃତ୍ୟୁ ଘଟଣା ସ୍ଵାସ୍ଥ୍ୟ ଅଧିକାରୀଙ୍କ ଦ୍ବାରା...

ପିତାକୋଣ୍ଡା ଗ୍ରାମରେ ଅଜଣା ରୋଗ ଅକ୍ରାନ୍ତରେ ୨୦ ଜଣଙ୍କ ମୃତ୍ୟୁ ଘଟଣା ସ୍ଵାସ୍ଥ୍ୟ ଅଧିକାରୀଙ୍କ ଦ୍ବାରା ଘଟଣାର ଅନୁଧ୍ୟାନ 

ମାଲକାନଗିରି : ମାଲକାନଗିରି ଜିଲ୍ଲା କାଲିମେଳା ବ୍ଳକ ଚିନ୍ତଲବାଡା ପଂଚାୟତ ଅନ୍ତର୍ଗତ ପିତାକୋଣ୍ଡା ଗ୍ରାମରେ ଗତ ୨ ମାସ ଭିତରେ ୫ ଶିଶୁଙ୍କ ସହ ୨୦ ଜଣଙ୍କ ମୃତ୍ୟୁ ହେବା ଘଟଣା ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଆଜି କାଲିମେଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଏକ ଡାକ୍ତରୀ ଦଳ ପିତାକୋଣ୍ଡା ଗ୍ରାମକୁ ଯାଇ ଘଟଣାର ଅନୁଧ୍ୟାନ କରିଥିବା ଦେଖିବାକୁ ମିଳିଛି ।କିନ୍ତୁ ୨ ମାସ ଭିତରେ ଶିଶୁଙ୍କ ସମେତ ଏତେଜଣ ଲୋକଙ୍କ ମୃତ୍ୟୁ ହେବା ଘଟଣାକୁ ସହଜରେ ଗ୍ରହଣ କରିପାରୁନାହିଁ ସ୍ବାସ୍ଥ୍ୟ ବିଭାଗ ।

ଏନେଇ ପଂଚାୟତ ଦାଇତ୍ବରେ ଥିବା ମହିଳା ସ୍ଵାସ୍ଥ୍ୟ କର୍ମୀଙ୍କ ନିକଟରେ ସଠିକ ସୁଚନା ନଥିବା ବେଳେ ୨୦ ଜଣଙ୍କ ମୃତ୍ୟୁ ହୋଇଥିବା ଗ୍ରାମବାସୀ ମାନେ ଦାବି କରିଛନ୍ତି।ଆଜି କାଲିମେଳା ସ୍ଵାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡା ଅବିଦ ହୁସେନ ଖାନ , ବିପିଏମ ବିକାଶ କୁମାର ମିଶ୍ର , ପିଏଚଇଓ ସଦୃଷ୍ଟବ ମହାପାତ୍ର ପ୍ରମୁଖ ଗାଁକୁ ଗସ୍ତକରି ମହିଳା ସ୍ଵାସ୍ଥ୍ୟ କର୍ମୀ ପାର୍ବତୀ ଜେନା , ଅଙ୍ଗନବାଡି କର୍ମୀ ରାଦମା କବାସୀ , ଆଶା ବନିତା କବାସୀ ଏବଂ ଅନ୍ୟାନ୍ୟ ଗ୍ରାମବାସୀ ମାନଙ୍କୁ ଘଟଣା ସମ୍ପର୍କରେ ପଚାରି ବୁଝିଥିଲେ ।

ଜିଲ୍ଲା ସ୍ବାସ୍ଥ୍ୟ ବିଭାଗର ଏକ ଟିମ ମଧ୍ୟ ଗ୍ରାମକୁ ଗସ୍ତ କରି ଅନୁଧ୍ୟାନ କରିଥିବା ଜଣାପଡିଛି । ଏଥିସହ ଅଜଣା ରୋଗରେ ଆକ୍ରାନ୍ତ ଥିବା ବ୍ୟକ୍ତିମାନଙ୍କର ସ୍ଵାସ୍ଥ୍ୟ ସମ୍ପର୍କରେ ବୁଝିଥିବା ଦେଖିବାକୁ ମିଳିଛି । ତେବେ ଗ୍ରାମରେ ୨୦ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ଗ୍ରାମବାସୀ ମାନେ ଦାବି କରିଆସୁଥିବା ବେଳେ ସ୍ବାସ୍ଥ୍ୟ ବିଭାଗ ଟିମ ପ୍ରକୃତରେ କେତେଜଣଙ୍କର ମୃତ୍ୟୁ ହୋଇଛି ତାହାର ସଠିକ ସୁଚନା ପ୍ରଦାନ କରୁନାହାନ୍ତି । ଏହି ସମ୍ପର୍କରେ ଡା ହୁସେନ ଖାନଙ୍କୁ ପଚାରିବାରୁ ସେ କରୁଛୁ ପୁର୍ବରୁ ମରିଥିବା ଲୋକମାନଙ୍କ କଥା ଗ୍ରାମବାସୀ ମାନେ କହୁଥିବା ସେ ପ୍ରକାଶ କରିଛନ୍ତି ତାହାର ଅନୁସନ୍ଧାନ ପରେ ସଠିକ ତଥ୍ୟ ମିଳିପାରିବ ।

ସୂଚନା ଅନୁଯାଇ ପିତାକୋଣ୍ଡା ଗ୍ରାମରେ ବର୍ତମାନ ୮୦ରୁ ଉର୍ଦ୍ଧ୍ବ ପରିବାର ରେ ୫ଶହରୁ ଉର୍ଦ୍ଧ୍ଵ ଲୋକ ବସବାସ କରନ୍ତି । ପାନୀୟ ଜଳ ପାଇଁ ଗ୍ରାମରେ ୪ ଟି ନଳକୂପ ସ୍ଥାପନ କରାଯାଇଛି କିନ୍ତୁ ସେଥୁରୁ ୨ଟି ନଳକୂପ ସମ୍ପୁର୍ଣ୍ଣ ଭାବେ ଅଚଳ ହୋଇ ପଡିଛି।ଗ୍ରାମବାସୀ ମାନେ ଅନ୍ୟ ୨ଟି ନଳକୂପ ପାଣି ବ୍ୟବହାର କରୁଛନ୍ତି ।ତେବେ ଗ୍ରାମରେ କେଉଁ କାରଣ ପାଇଁ ଏଭଳି ଅଜଣା ରୋଗ ଅକ୍ରାନ୍ତରେ ଗ୍ରାମବାସୀ ମାନଙ୍କ ମୃତ୍ୟୁ ନେଉଛି ତାହା ସେମାନେ ଜାଣିପାରୁନାହାନ୍ତି ଯାହାଫଳରେ ସେମାନେ ଭୟବୀତ ହୋଇ ରହିଛନ୍ତି।ତେବେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଶନିବାର ଦିନ ଏକ ଟିମ ଆସି ଲୋକମାନଙ୍କ ଏବଂ ଗ୍ରାମର ବିଭିନ୍ନ ନମୁନା ସଂଗ୍ରହ କାରାଯିବ ବୋଲି ସୂଚନା ମିଳିଛି।ପ୍ରଶାସନ ପକ୍ଷରୁ ଏହି ଘଟଣାର ତଦନ୍ତ କରି ପଦକ୍ଷେପ ନେବା ପାଇଁ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking