ପୁଣେ: ନିକଟରେ ମହାରାଷ୍ଟ୍ରର ମେଣ୍ଟ ସରକାରରେ ସାମିଲ ହୋଇଥିବା ଏନ୍ସିପିର ଦୁଇଜଣ ବିଦ୍ରୋହୀ ବିଧାୟକ ଛଗନ ଭୁଜବଳ ଓ ଧନପଞ୍ଜୟ ମୁଣ୍ଡେଙ୍କୁ ହତ୍ୟା ଧମକ ମିଳିଥିବା ପ୍ରକାଶ ।
ମହାରାଷ୍ଟ୍ର ପୁଲିସ ଏହି ଘଟଣାରେ ରାୟଗଡ ଜିଲ୍ଲାରୁ ପ୍ରଶାନ୍ତ ପାଟିଲ ନାମକ ଜଣେ ୨୪ ବର୍ଷୀୟ ଯୁବକୁ ଗିରଫ କରିଛି । ପ୍ରଶାନ୍ତ ସୋମବାର ରାତିରେ ଭୁଜବଳ ଓ ମୁଣ୍ଡେଙ୍କ ବ୍ୟକ୍ତିଗତ ସହାୟକଙ୍କୁ ଫୋନ୍ କରି ଏହି ଧମକ ଦେଇଥିବା ସ୍ୱୀକାର କରିଛି ।