25.1 C
Bhubaneswar
Tuesday, October 22, 2024
Homeଓଡିଶାବୋରୱେଲରୁ ଉଦ୍ଧାର ବୃଦ୍ଧାଙ୍କ ମୃତ୍ୟୁ

ବୋରୱେଲରୁ ଉଦ୍ଧାର ବୃଦ୍ଧାଙ୍କ ମୃତ୍ୟୁ

ସୋନପୁର : ସୋନପୁରରେ ବୋରୱେଲ ଗାତରେ ଖସି ପଡ଼ିଥିବା ବୃଦ୍ଧାଙ୍କର ମୃତ୍ୟୁ ହୋଇଛି । ଦୀର୍ଘ ଅଢ଼େଇ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ ଉଦ୍ଧାର ହେଲେ ବୃଦ୍ଧା । ଦୀର୍ଘ ଘଣ୍ଟାର କସରତ ପରେ ୨୦ ଫୁଟ୍ ବୋରୱେଲ ଗାତ ତଳୁ ତାଙ୍କୁ ଉଦ୍ଧାର କରିଥିଲେ ଓଡ୍ରାଫ ଓ ଅଗ୍ନିଶମ ବାହିନୀ ଟିମ୍ । ଏହାପରେ ତାଙ୍କୁ ସୋନପୁର ହସ୍ପିଟାଲ ନିଆଯାଇଥିଲା । ସେଠାରେ ମୃତ ଘୋଷଣା କରିଛନ୍ତି ଡାକ୍ତର । ଏନେଇ ସୂଚନା ଦେଲେ ଅଗ୍ନିଶମ ଡିଜି ସୁଧାଂଶୁ ଷଡ଼ଙ୍ଗୀ ।ସୋନପୁର-ବୁର୍ଡ଼l ରାସ୍ତାର କଇଁଫୁଲ ନିକଟରେ ବୋରୱେଲରେ ଖସି ପଡିଥିଲେ ୮୦ ବର୍ଷୀୟା ବୃଦ୍ଧା ଦୁଖୀ ନାଏକ। ସେ ଖଲିଆପାଲି ପଞ୍ଚାୟତର ଗୋବିନ୍ଦପୁର ଗାଁକୁ ନିଜ ଝିଅ ଘରକୁ ଆସିଥିଲେ । ଝାଡୁ ତିଆରି ପାଇଁ ବେଣା ଆଣିବାକୁ ଯାଇଥିବା ବେଳେ ବୋରୱେଲ ଗାତରେ ପଡି ଯାଇଥିଲେ ଦୁଖୀ । ଘଟଣାସ୍ଥଳରେ ଓଡ୍ରାଫ୍ ଟିମ୍ ଓ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଚଳାଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking