ନୂଆଦିଲ୍ଲୀ: ଗୁଜରାଟର ପୂର୍ବତନ ରାଜ୍ୟପାଳ ଓପି କୋହଲିଙ୍କର ସୋମବାର ରାତିରେ ନିଧନ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୭ ବର୍ଷ ବୟସ ହୋଇଥିଲା । ଅସୁସ୍ଥତା କାରଣରୁ ନୋଏଡାର ଏକ ହସ୍ପିଟାଲ୍ରେ ଦୁଇ ଚାରିଦିନ ଧରି ତାଙ୍କର ଚିକିତ୍ସା ଚାଲିଥିଲା । ମଙ୍ଗଳବାର ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି । ସ୍ୱର୍ଗତ କୋହଲି ବିଜେପି ଦିଲ୍ଲୀ ୟୁନିଟ୍ର ସଭାପତି ମଧ୍ୟ ଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମୃତ୍ୟୁରେ ଶୋକବ୍ୟକ୍ତ କରିଛନ୍ତି ।