ମୁମ୍ବାଇ: ବଲିଉଡ୍ର ଖ୍ୟାତନାମା ପ୍ରଯୋଜକ ଏ.ଜି.ନାଦିଆଦ୍ୱାଲାଙ୍କର ସୋମବାର ବ୍ରିଚ୍କାଣ୍ଡି ହସ୍ପିଟାଲରେ ହୃଦଘାତରେ ପରଲୋକ ହୋଇଯାଇଛି । ମଧୁମେହ ଓ ଆଜ୍ମା ଭଳି ରୋଗରେ ଆକ୍ରାନ୍ତ ହୋଇ ସେ ଚିକିତ୍ସିତ ହେଉଥିଲେ । ସ୍ଥାନୀୟ ଭିଲେ ପାର୍ଲେ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି ।
ସେ ୫୦ରୁ ଊର୍ଦ୍ଧ୍ୱ ହିନ୍ଦୀ ଫିଲ୍ମ ପ୍ରଯୋଜନା କରିଥିବାବେଳେ ‘ଝୁୁଟା ସଚ୍’, ‘ଲହୁ କେ ଦୋ ରଙ୍ଗ୍’, ‘ଆ ଗଲେ ଲଗ୍ଜା’, ‘ଶଙ୍କର ଶମ୍ଭୁ’, ‘ୱତନ କେ ରଖୱାଲେ’, ‘ସୋନେ ପେ ସୁହାଗା’, ‘ୱେଲକମ୍’, ‘ଆୱାରା ପାଗଲ ଦିୱାନା’ ଓ ‘ହେରାଫେରି’ ଭଳି କେତେକ ଚଳଚ୍ଚିତ୍ର ବେଶ ଲୋକପ୍ରିୟତା ଅର୍ଜନ କରିଥିଲା । ପ୍ରଦୀପ କୁମାର ଓ ଦାରା ସିଂହଙ୍କୁ ନେଇ ସେ ୧୯୬୫ରେ ‘ମହାଭାରତ’ ଫିଲ୍ମ ମଧ୍ୟ ପ୍ରଯୋଜନା କରିଥିଲେ । ତାଙ୍କର ପୁଅ ଫିରୋଜ ନାଦିଆଦ୍ୱାଲା ଓ ପୁତୁରା ସାଜିଦ ନାଦିଆଦ୍ୱାଲା ମଧ୍ୟ ବଲିଉଉଡ୍ର ନାମୀ ପ୍ରଯୋଜକଭାବେ ପରିଗଣିତ ହେଉଛନ୍ତି ।