27.1 C
Bhubaneswar
Friday, October 18, 2024
Homeଓଡିଶାଡାକ୍ତର ବୈଦ୍ୟନାଥ ମିଶ୍ରଙ୍କ ପରଲୋକ

ଡାକ୍ତର ବୈଦ୍ୟନାଥ ମିଶ୍ରଙ୍କ ପରଲୋକ

କଟକ: ଆଜି ଦିନ ପ୍ରାୟ ୧୧ଟା୧0 ସମୟରେ ସ୍ୱନାମଧନ୍ୟ ଭେଷଜ ବିଶେଷଜ୍ଞ ଡାକ୍ତର ବୈଦ୍ୟନାଥ ମିଶ୍ର ଇହଧାମ ତ୍ୟାଗ କରିଛନ୍ତି । ମୃତ୍ୟୁ ସମୟକୁ ତାଙ୍କୁ ୮୮ ବର୍ଷ ବୟସ ହୋଇଥିଲା । ଗତ ଚାରିମାସ ଧରି ସେ ଅସୁସ୍ଥ ଥିଲେ ଏବଂ ତାଙ୍କର ଏକମାତ୍ର ପୁତ୍ର ଡାକ୍ତର ବରଦାକାନ୍ତ ମିଶ୍ରଙ୍କ ଚିକିତ୍ସାରେ ଥିଲେ । ବାଲିପାଟଣା ନିକଟସ୍ଥ ତୁରିନ୍ତିରା ଶାସନରେ ଜନ୍ମ ହୋଇଥିବା ଡାକ୍ତର ମିଶ୍ର ଜଣେ ମେଧାବୀ ଛାତ୍ର ଥିଲେ । କଟକ ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜରୁ ମେଡିସିନରେ ସ୍ନାତକୋତ୍ତର ଶିକ୍ଷା ପରେ କଟକ ଓ ବୁର୍ଲା ରେ ଅଧ୍ୟାପନା କରି ଛାତ୍ରବତ୍ସଳତଥା ଧନ୍ଵନ୍ତରୀ ଭାବେ ସୁନାମ ଅର୍ଜନ କରିଥିଲେ । ମୃତୁଶଯ୍ୟା ନିକଟରେ ପୁତ୍ର ବରଦାକାନ୍ତ ଓ ପୁତ୍ର ବଧୂଙ୍କ ସମେତ ପତ୍ନୀ ପ୍ରମଦା ମିଶ୍ର ଉପସ୍ଥିତ ଥିଲେ । କନ୍ୟା ସଂଯୁକ୍ତା ଓ ଜମାଟ ଅଜିତ ଦିଲ୍ଲୀରୁ ଆସି ପହଞ୍ଚିବା ପରେ ତାଙ୍କ ଶୋଭାଯାତ୍ରା ବଜ୍ରକବାଟି ବାସଭବନରୁ ବାହାରି ନିଜର ଜନ୍ମସ୍ଥାନଦେଇ ପୁରୀଯିବ ଓ ସ୍ୱର୍ଗଦ୍ୱାରରେ ସତ୍କାର କରାଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking