30.1 C
Bhubaneswar
Friday, March 20, 2026
Homeଓଡିଶାବିଚାରାଧୀନ ବନ୍ଦୀଙ୍କ ମୃତ୍ୟୁ

ବିଚାରାଧୀନ ବନ୍ଦୀଙ୍କ ମୃତ୍ୟୁ

ବଲା‌ଙ୍ଗିର : ବଲା‌ଙ୍ଗିର ଜେଲ୍‌ରେ ଥିବା ଜଣେ ବିଚାରାଧୀନ ବନ୍ଦୀଙ୍କ ମୃତ୍ୟୁ ଘଟିଛି। ମୃତ ବନ୍ଦୀଙ୍କ ଜଣଙ୍କ ହେଲେ ତୁରକେଲା ଥାନା ତୁରକେଲା ଗାଁର ୮୬ ବର୍ଷୀୟ ଗୁରୁଦେବ ଦୀପ। ୨୦୧୭ ମସିହାର ଏକ ପୋକ୍ସୋ ମାମଲାରେ ଗୁରୁଦେବଙ୍କ ନାଁରେ ବଲାଙ୍ଗିର ପକ୍ସୋ କୋର୍ଟରୁ ୱାରେଣ୍ଟ ଇସ୍ୟୁ ହୋଇଥିଲା। ୱାରେଣ୍ଟ ବଳରେ ତୁରକେଲା ପୁଲିସ ଗତ ୧୯ ତାରିଖ ଦିନ ଗୁରୁଦେବକୁ ଗିରଫ କରି କୋର୍ଟଚାଲାଣ କରିଥିଲା। ୧୯ ତାରିଖରୁ ସେ ବଲା‌ଙ୍ଗିର ଜେଲ୍‌ରେ ଥିଲେ। ଗତକାଲି ରାତିରେ ଗୁରୁଦେବ ଅସୁସ୍ଥ ଅନୁଭବ କରିଥିଲେ। ତାଙ୍କୁ ଭୀମଭୋଇ ମେଡିକାଲ କଲେଜ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଗୁରୁଦେବଙ୍କ ମୃତ୍ୟୁ ହୋଇଛି। ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଏଥିସହ ମୃତ ବନ୍ଦୀଙ୍କ ପରିବାର ଲୋକଙ୍କୁ ଖବର ଦେଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking