ବାଲୁଗାଁ: ବାଣପୁର ପୋଲିସ ହେପାଜତରେ ଅଭିଯୁକ୍ତର ମୃତ୍ୟୁ ଅଭିଯୋଗ । ଚୋରା ମଦ କାରବାର ଅଭିଯୋଗରେ ରାତିରେ ଜଣଙ୍କୁ ଥାନାକୁ ଆଣିଥିଲା । ଦାଶରଥିପୁର ଗାଁର ଜଣଙ୍କୁ ଥାନାକୁ ଆଣିଥିଲା ବାଣପୁର ପୋଲିସ । ଅସୁସ୍ଥ ହେବାରୁ ସକାଳେ ବାଣପୁର, ପରେ ଭୁବନେଶ୍ୱର ଆଣିଥିଲେ । କିନ୍ତୁ କ୍ୟାପିଟାଲ୍ ହସ୍ପିଟାଲରେ ପହଞ୍ଚିଲା ବେଳକୁ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ପୋଲିସ କ’ଣ ପାଇଁ ଆମ୍ବୁଲାନ୍ସରେ ନ ଆଣି ନିଜ ଭ୍ୟାନ୍ରେ ଆଣିଲା ଉଠିଲା ପ୍ରଶ୍ନ । ଅନ୍ୟପଟେ, ପୋଲିସ ମାରିଦେଇଥିବା ନେଇ ଅଭିଯୋଗ କରିଛନ୍ତି ମୃତକଙ୍କ ପତ୍ନୀ ।










