26.1 C
Bhubaneswar
Friday, March 27, 2026
Homeଓଡିଶାଜୁନ ୬ ପର୍ଯ୍ୟନ୍ତ ବଢିଲା ରାସନ ସହ ଆଧାର ଲିଙ୍କର ସମୟସୀମା

ଜୁନ ୬ ପର୍ଯ୍ୟନ୍ତ ବଢିଲା ରାସନ ସହ ଆଧାର ଲିଙ୍କର ସମୟସୀମା

ଭୁବନେଶ୍ୱର: ରାସନକାର୍ଡ ଅପଡେଟ ପାଇଁ ରାଜ୍ୟ ବ୍ୟାପି ଲୋକେ ଚିନ୍ତାରେ ରହିଥିବା ବେଳେ ସେଥିରୁ ସାମାନ୍ୟ ପୁଣି ଆଶ୍ୱସ୍ଥ ମିଳିଛି। କାରଣ ପୂର୍ବରୁ ଅପଡେଟ ଲାଗି ମାର୍ଚ୍ଚ ୩୦ତାରିଖ ଧାର୍ଯ୍ୟ ହୋଇଥିବା ବେଳେ ବର୍ତ୍ତମାନ ଏହାକୁ ଜୁନ ୩୦କୁ ବୃଦ୍ଧି କରାଯାଇଛି। ଫଳରେ ସାଧାରଣ ଜନତାଙ୍କୁ ଆଶ୍ୱସ୍ତି ମିଳିଛି। ଉପଭୋକ୍ତାଙ୍କୁ ଏବେ ରାସନକାର୍ଡରେ ଆଧାର ଲିଙ୍କ କରିବା ପାଇଁ ୩ ମାସର ସମୟ ଦିଆଯାଇଛି । କେନ୍ଦ୍ରୀୟ ଖାଦ୍ୟ, ସୁରକ୍ଷା ବିଭାଗ ଏକ ଅଧିସୂଚନାରେ କହିଛନ୍ତି ଏବେ ଜୁନ ୩୦ ଯାଏଁ ରାସନକାର୍ଡ ସହ ଆଧାର ଲିଙ୍କ କରାଯାଇପାରିବ। ମାର୍ଚ୍ଚ ୩୧ ତାରିଖ ଯାଏଁ ରାସନ କାର୍ଡରେ ଇକେୱାଇସି ଅପଡେଟ୍ ପାଇଁ ଡେଡଲାଇନ ରହିଥିଲା। ଏହାପରେ ରାଷ୍ଟ୍ରିୟ ଖାଦ୍ୟ ସୁରକ୍ଷା ଅଧିନିୟମ ଅନ୍ତର୍ଗତ କାର୍ଡରେ ଥିବା ସମସ୍ତ ବ୍ୟକ୍ତିଙ୍କ ଇକେୱାଇସି କରାଇବା ବଧ୍ୟତାମୂଳକ ରହିଥିଲା।

ତେଣୁ ଏହାକୁ ଆଖିଆଗରେ ରଖି ଏହି ଡେଡ୍ ଲାଇନକୁ ଜୁନ୍ ୩୦ ଯାଏଁ ବଢାଇଦିଆଯାଇଛି। କୁହାଯାଇଛି କି, ଯଦି ଜୁନ ୩୦ ଯାଏଁ ରାସନରେ ଥିବା ସଦସ୍ୟଙ୍କ ଇକେୱାଇସି ବା ଆଧାର ଲିଙ୍କ ହୋଇନାହିଁ। ତେବେ ରାସନରେ ତାଙ୍କ ନାଁକୁ କାଟି ଦିଆଯିବ। ତେବେ ରାସନକାର୍ଡ ସହ ଆଧାର ଲିଙ୍କ ହେବା ପରେ ନକଲି ରାସନ କାର୍ଡ ଗୁଡିକ ଧରାପଡିଯିବ ବା କଟିଯିବ । ଏହାଦ୍ୱାରା ଉଚିତ ଲାଭାର୍ଥୀ ଏହାର ଲାଭ ପାଇପାରିବେ। ତେବେ ଯେଉଁମାନେ ଏବେ ଯାଏଁ ନିଜ ରାସନକାର୍ଡରେ ଆଧାର କାର୍ଡ ଲିଙ୍କ କରିନାହାନ୍ତି ସେମାନେ ଶୀଘ୍ର ଏହି ପ୍ରକ୍ରିୟାକୁ ପୂରା କରିବାକୁ ପରାମର୍ଶ ଦିଆଯାଇଛି। ଯୋଗ୍ୟ ହିତାଧିକାରୀ ନିଜର ନିକଟତମ ରାସନ ସେଣ୍ଟର କିମ୍ୱା କମନ ସର୍ଭିସ ସେଣ୍ଟରକୁ ଯାଇ ରାସନ ସହ ଆଧାର ଲିଙ୍କ କରିପାରିବେ।

ଏଥିପାଇଁ ରାସନ କାର୍ଡ ଓ ଆଧାରକାର୍ଡ ନେଇ ଆପଣ ପିଡିଏସ ସେଣ୍ଟରକୁ ଯିବେ, ଯେଉଁଠି ପଞ୍ଚ ମେସିନରେ ଏହି କାମ କରାଯାଉଥିବ। ସୂଚନା ଥାଉକି,ବିଭିନ୍ନ ସମୟରେ ରାସନକାର୍ଡଧାରୀମାନେ ସେମାନଙ୍କ ପରିବାରର କାହାର ମୃତ୍ୟୁ ହୋଇଗଲେ ମଧ୍ୟ ସେମାନେ ରାସନ କାର୍ଡରୁ ନାମ କାଟିବାକୁ ଆବେଦନ କରିନଥାନ୍ତି। ଏହାସହ ପରିବାରର ଝିଅ ବାହାଘର ହୋଇଯାଇଥିଲେ ମଧ୍ୟ ପରିବାର ଲୋକେ ତା ନାମରେ ରାସନ ସାମଗ୍ରୀ ଉଠାଇଥାନ୍ତି। ଏସବୁ ଉପରେ ରୋକ ଲଗାଇବା ଓ ପ୍ରକୃତ ହିତାଧିକାରୀଙ୍କୁ ରାସନ ବାଣ୍ଟିବା ପାଇଁ ସରକାର ଏବେ ରାସନ କାର୍ଡ ସହ ଆଧାରକାର୍ଡ ଲିଙ୍କକୁ ବାଧ୍ୟତାମୂଳକ କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking