ବାସୁଦେବପୁର: ଭଦ୍ରକର ବାସୁଦେବପୁରରୁ ଏକ ବଡ ଅଘଟଣର ଖବର ସାମ୍ନାକୁ ଆସିଛି । ଶବ ଗୃହରେ ଜଳିଗଲା ମୃତଦେହ । ବାସୁଦେବପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଶବ ଗୃହରେ ଜଳିଗଲା । ମୃତକ କଶିଆ ସାମୁଦ୍ରିକ ଥାନା ବିଦେଇପୁରପାଳ ଅଞ୍ଚଳର । ପୋଖରୀରେ ବୁଡି ମୃତ୍ୟୁ ପରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଆଣାଯାଇଥିଲା । ଧୂପରୁ ନିଆଁ ଲାଗି ଏପରି ଘଟିଥିବା ସନ୍ଦେହ କରାଯାଉଛି । ଘଟଣା ସମ୍ପର୍କରେ ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ୍ କରୁଛି ।










