ନୂଆଦିଲ୍ଲୀ: ଦକ୍ଷିଣ ଦିଲ୍ଲୀରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ବୃଦ୍ଧା ମା’ କେତେ ଆଶା ରଖି ପୁଅକୁ ବାହା କରି ଖୁସିରେ ବୋହୂକୁ ଘରକୁ ଆଣିଥିଲେ । କିନ୍ତୁ ଆଜି ସେହି ବୋହୂ ଶାଶୂର ଜୀବନ ନେବାକୁ ପଛାଇଲା ନାହିଁ । ସୂଚନା ଅନୁଯାୟୀ, ସୁରଜିତ ନିଜ ପତ୍ନୀ ଓ ଝିଅ ସହ ଦିଲ୍ଲୀରେ ରହୁଥିଲେ । କିଛିଦିନ ହେବ କଲିକତାରେ ଏକା ରହୁଥିବା ତାଙ୍କ ଅସୁସ୍ଥ ମା’ଙ୍କୁ ନିଜ ପାଖକୁ ନେଇ ଆସିଥିଲେ । ଯାହାକି ସୁରଜିତଙ୍କ ପତ୍ନୀ ହଶିଙ୍କୁ ପସନ୍ଦ ନଥିଲା ।
ଏହି କାରଣରୁ ସେ ସବୁବେଳେ ଘରେ ଅଶାନ୍ତି କରୁଥିଲେ । ଶାଶୂଙ୍କୁ ଯେପର୍ଯ୍ୟନ୍ତ ସେ ବୃଦ୍ଧାଶ୍ରମରେ ଛାଡ଼ି ନାହାନ୍ତି ସେପର୍ଯ୍ୟନ୍ତ କିଛି ଖାଇ?ବେ ନାହିଁ ବୋଲି ସୁରଜିତଙ୍କୁ କହିଥିଲେ ପତ୍ନୀ । ସୁରଜିତ ଭାବିଲେ ତାଙ୍କ ମା’ଙ୍କ ପାଇଁ ଘରେ ଅଶାନ୍ତି ହେଉଛି ତେଣୁ ସେ ଘର ପାଖରେ ଆଉ ଏକ ଘର ଭଡ଼ା ନେଇଥିଲେ ।
ଏହି ଭଡ଼ା ଘରେ ମା’ଙ୍କୁ ବୁଝାଇ ରଖିବା ସହିତ ସିସିଟିଭି ଜରିଆରେ ସେ ମା’ଙ୍କ ଗତିବିଧି ଉପରେ ନଜର ରଖିଥିଲେ । କିଛିଦିନ ତଳେ ସେ ମା’ଙ୍କୁ ଘରେ ଅଚେତ ଅବସ୍ଥା?ରେ ପଡ଼ିଥିବା ଦେଖିବା ପରେ ପୁଲିସକୁ ଖବର ଦେଇଥିଲେ । ଖବର ପାଇ ପୁଲିସ ଖୋଲତାଡ଼ ଆରମ୍ଭ କରିଥିଲା । ଆଉ ସିସିଟିଭି ଫୁଟେଜ ଯାଞ୍ଚ କରିଥିଲା କିନ୍ତୁ ଘଟଣା ଘଟିବାର ଦିନ କେ?ଣସି ସିସିଟିଭି ଫୁଟେଜ ରେକର୍ଡ ହୋଇ ନଥିଲା । ଏହାପରେ ପୁଲିସ ପୂର୍ବ ରେକର୍ଡକୁ ଯାଞ୍ଚ କରିଥିଲା ।
ବୃଦ୍ଧ ହଶି ସୋମଙ୍କ ପାଖକୁ କିଏକିଏ ଯିବା ଆସିବା କରୁଥିଲେ ତାହା ଉପରେ ନଜର ପକାଇଥିଲା ପୁଲିସ । ଏଥିରୁ ପୁଲିସକୁ ସୁରଜିତଙ୍କ ପତ୍ନୀ ଉପରେ ସନ୍ଦେହ ହୋଇଥିଲା । ପୁଲିସ ତାଙ୍କୁ ଅଟକ ରଖି ପଚରାଉଚରା କରିଥିଲା । ପରେ ନିଜ ଦୋଷ ସ୍ୱୀକାର କରିଥିଲେ ସୁରଜିତଙ୍କ ପତ୍ନୀ । ପୁଲିସ ଶାଶୂ୍ଙ୍କୁ ହତ୍ୟା କରିବା ଘଟଣାରେ ସୁରଜିତଙ୍କ ପତ୍ନୀଙ୍କୁ ଗିରଫ କରିଥିଲା ।