28.1 C
Bhubaneswar
Sunday, June 23, 2024
Homeଅପରାଧସମ୍ପତ୍ତି ପାଇଁ ଶଶୁରକୁ ଗାଡି ଚଢାଇ ମାରିଲା ବୋହୂ

ସମ୍ପତ୍ତି ପାଇଁ ଶଶୁରକୁ ଗାଡି ଚଢାଇ ମାରିଲା ବୋହୂ

ନାଗପୁର : ସମ୍ପତି ପାଇଁ ଶଶୁରକୁ ସୁପାରି ଦେଇ ହତ୍ୟା କଲା ବୋହୂ। ନାଗପୁରରେ ଘଟିଛି ଏଭଳି ଅଭାବନୀୟ ଘଟଣା । ହିଟ୍ ଆଣ୍ତ ରନ୍ ରେ ଜଣେ ୮୨ ବର୍ଷୀୟ ବ୍ୟକ୍ତି ପୁରୁଷୋତ୍ତମ ପୁଟ୍ଟେୱାରଙ୍କ ମୃତ୍ୟୁ ଘଟଣାର ପର୍ଦାଫାଶ ହୋଇଛି । ୩୦୦ କୋଟି ଟଙ୍କାର ପାରିବାରିକ ସମ୍ପତ୍ତି ଅକ୍ତିଆର କରିବାକୁ ପୁରୁଷୋତ୍ତମଙ୍କ ବୋହୂ ଯୋଜନା କରିଥିଲେ । ତାଙ୍କ ବୋହୂ ଟାଉନ ପ୍ଲାନିଂ ବିଭାଗର ସହକାରୀ ନିର୍ଦେଶିକା । ତାଙ୍କର ନାମ ଅର୍ଚ୍ଚନା ମନିଷ ପୁଟ୍ଟେୱାର ଓ ବୟସ ମାତ୍ର ୫୩ ବର୍ଷ। ତେବେ ପୋଲିସ ଗତ ସପ୍ତାହରେ ଅର୍ଚ୍ଚନାଙ୍କୁ ଗିରଫ କରିଛି । ଜଣେ ପୋଲିସ ଅଧିକାରୀଙ୍କ କହିବା ଅନୁସାରେ ପୁରୁଷୋତ୍ତମଙ୍କୁ ମାରିବା ପାଇଁ ଅର୍ଚ୍ଚନା ଜଣେ ଲୋକକୁ ଦାୟିତ୍ୱ ଦେଇଥିଲେ । ଏଥିପାଇଁ ଅର୍ଚ୍ଚନା ତାଙ୍କୁ ଏକ କୋଟି ଟଙ୍କା ମଧ୍ୟ ଦେଇଥିଲେ । କାର୍ ଧକ୍କାରେ ହତ୍ୟା କରିବା ଓ ଏହାକୁ ଏକ ଦୁର୍ଘଟଣାର ରୂପ ଦେବା ପାଇଁ ଏକ ବ୍ୟବହୃତ କାର୍ କିଣିବାକୁ ମଧ୍ୟ ଟଙ୍କା ଦେଇଥିଲେ। ପୁରୁଷୋତ୍ତମଙ୍କ ୩୦୦ କୋଟି ଟଙ୍କାର ସମ୍ପତ୍ତି ଉପରେ ନିୟନ୍ତ୍ରଣ ଆଣିବା ପାଇଁ ଏହା କରାଯାଇଥିବା ଜଣାପଡିଛି। ଅର୍ଚ୍ଚନା ତାଙ୍କ ସ୍ୱାମୀଙ୍କ ଡ୍ରାଇଭର ବାଗଡେ ଓ ଅନ୍ୟ ଦୁଇ ଅଭିଯୁକ୍ତ ନୀରଜ ନିମଜେ ଓ ସଚିନ ଧାର୍ମିକ ସହ ମିଶି ଏହି ହତ୍ୟାକାଣ୍ଡ ପାଇଁ ଷଡ଼୍‌ଯନ୍ତ୍ର କରିଥିଲେ। ପୁଲିସ ସେମାନଙ୍କ ବିରୋଧରେ ବିଭିନ୍ନ ଦଫାରେ ମାମଲା ରୁଜୁ କରିଛି। ୨ଟି କାର୍, ସୁନା ଅଳଙ୍କାର ଓ ମୋବାଇଲ୍ ଫୋନ୍ ଜବତ କରାଯାଇଛି। ତଦନ୍ତରୁ ଜଣାପଡିଛି ଯେ ଘଟଣା ଦିନ ପୁରୁଷୋତ୍ତମ ପୁଟ୍ଟେୱାର ଅସ୍ତ୍ରୋପଚାର ପରେ ଚିକିତ୍ସାଳୟରେ ଥିବା ପତ୍ନୀ ଶକୁନ୍ତଳାଙ୍କୁ ଭେଟିବାକୁ ଯାଇଥିଲେ। ଫେରିବା ବାଟରେ କାର୍‌ଟି ତାଙ୍କୁ ଧକ୍କା ଦେଇଥିଲା। ତାଙ୍କ ପୁଅ ତଥା ଅର୍ଚ୍ଚନାଙ୍କ ସ୍ୱାମୀ ମନିଷ ଜଣେ ଡାକ୍ତର। ଅପରପକ୍ଷରେ, ଅଭିଯୁକ୍ତ ତଥା ମାମଲାର ମୁଖ୍ୟକାର୍ପେଟଦାର ଅର୍ଚ୍ଚନା ପୁଟ୍ଟେୱାର ଅନେକ ଦୁର୍ନୀତିରେ ସମ୍ପୃକ୍ତ ଥିବା ଜଣାଯାଇଛି। ପୁରୁଷୋତ୍ତମଙ୍କ ହତ୍ୟା ଷଡ଼ଯନ୍ତ୍ର ସହ ଏହି ଅନିୟମିତତାର ମଧ୍ୟ ତଦନ୍ତ କରାଯିବ ବୋଲି ପୁଲିସ ସୂତ୍ରରୁ ଜଣାଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking