17.1 C
Bhubaneswar
Monday, November 25, 2024
Homeଦେଶ ବିଦେଶପ୍ରେମିକ ପାଇଁ ବାପା ହାତରେ ହାତକଡ଼ି ପକାଇଲା ଝିଅ....

ପ୍ରେମିକ ପାଇଁ ବାପା ହାତରେ ହାତକଡ଼ି ପକାଇଲା ଝିଅ….

ଲକ୍ଷ୍ନୌ: ପ୍ରେମିକ ପାଇଁ ଜଣେ ଯୁବତୀ ବାପାଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଛି । ଯେଉଁ ବାପାର ହାତ ଧରି ସେ ଦିନେ ବାଟ ଚାଲି ଶିଖିଥିଲା, ଆଜି ହଠାତ୍ ୧୯ ବର୍ଷ ପରେ ସେ ପର ହୋଇଗଲେ । ପ୍ରେମିକ ସହ କଥା ହେବାକୁ ମନା କରିବାରୁ ବାପାଙ୍କୁ ହିଁ ଜେଲ୍‌ରେ ପୂରାଇ ଦେଇଛି ଝିଅ । ଆଉ ଝିଅର ଅଭିଯୋଗ କ୍ରମେ ବିଚରା ବାପା ବିରୋଧରେ ପୋଲିସ୍ ମାମଲା ରୁଜୁ କରିଛି । ଅଯୋଧ୍ୟାର ଜମୁନିଆମଉ ଗାଁର ଜଣେ ଯୁବତୀ ତାଙ୍କ ବାପାଙ୍କ ବିରୋଧରେ ଥାନାରେ ଅଭିଯୋଗ କରିବା ପରେ ଏହି ମାମଲା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲିଟିଛି ।

ଜୁଲାଇ ୧୧ରେ ନିଜର ୧୯ ବର୍ଷିୟ ଝିଅକୁ ଫୋନ୍‌ରେ ଗପୁଥିବା ଦେଖି ତାଗିଦ୍ କରିଥିଲେ ତାଙ୍କ ବାପା । ପ୍ରଥମେ ଗାଳିଗୁଲଜ କରିବା ସହ ଏଥିରୁ ବିରତ ରହିବାକୁ ପରାମର୍ଶ ଦେଇଥିଲେ । କେବଳ ଏତିକି ନୁହେଁ ଝିଅ ଉପରେ ନଜର ରଖିବା ପାଇଁ ପରିବାର ଲୋକଙ୍କୁ କହିଥିଲେ । ଆଉ ଏହି ଘଟଣା ପରେ ଯୁବତୀ ଜଣକ ଏପରି କିଛି କରିଥିଲେ, ଯାହା ପରିବାର ଲୋକଙ୍କ ବିଶ୍ୱାସ ବାହାରେ । ବାପାମା’ଙ୍କ ଭଲପାଇବାକୁ ଜଳାଞ୍ଜଳି ଦେଇ ସକାଳୁ ସକାଳୁ ପ୍ରେମିକକୁ ଘରକୁ ଡକାଇ ତା’ସହ ରୁଦାଲି ଥାନା ପହଞ୍ଚି ଯାଇଥିଲେ ।

ଆଉ ସେଠାରେ ବାପାଙ୍କ ବିରୋଧରେ ଲିଖିତ ଅଭିଯୋଗ କରିଥିଲେ । ବାପା ମାଡ଼ ମାରିବା ସହ ମାରିଦେବାକୁ ଧମକ ଦେଉଥିବା କହିଥିଲେ । ଯୁବତୀଙ୍କ ଅଭିଯୋଗ ଶୁଣିବା ପରେ ଥାନା ବାବୁ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ଜଣେ ଝିଅ ଯେ ବାପା ବିରୋଧରେ ଯାଇ ଏପରି କରିବ ସେ ଚିନ୍ତା କରିପାରିନଥିଲେ । ଅନ୍ୟପଟେ ବାପଝିଅଙ୍କ ମଧ୍ୟରେ ଆପୋଷ ବୁଝାମଣା କରାଇବା ପାଇଁ ପୋଲିସ ମଧ୍ୟସ୍ଥି ମଧ୍ୟ ସାଜିଥିଲା । ହେଲେ ଯୁବତୀ ଜଣକ ନିଜ କଥାରେ ଅଡ଼ି ବସିଥିଲେ । ସେ ସାବାଳିକା ହୋଇଥିବା ବେଳେ ଅଭିଯୋଗ ଗ୍ରହଣ ନକଲେ ଉପର ଅଫିସରଙ୍କ ନିକଟକୁ ଯିବେ ବୋଲି ଧମକାଇଲେ । ଏହାପରେ ଇଚ୍ଛା ନଥିଲେ ସୁଦ୍ଧା ଅଭିଯୋଗ ଆଧାରରେ ପୋଲିସ ତୁରନ୍ତ ଯୁବତୀଙ୍କୁ ବାପାଙ୍କୁ ପୋଲିସ ଷ୍ଟେସନକୁ ଡାକି ପଚରାଉଚରା କରିବା ସହ ତାଙ୍କୁ ଗିରଫ କରିଥିଲା । ହେଲେ ପରେ ଏକ ବଣ୍ଡରେ ଦସ୍ତଖତ କରିବା ପରେ ତାଙ୍କୁ ଛାଡ଼ି ଦିଆଯାଇଥିବା କହିଛନ୍ତି ଥାନାଧିକାରୀ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking