ନୂଆଦିଲ୍ଲୀ: ରୋଗୀଣା ବାପାଙ୍କୁ ଯକୃତ ଦାନ କଲେ ୧୭ ବର୍ଷୀୟ ଝିଅ । ଭାରତର ସର୍ବକନିଷ୍ଠ ଅଙ୍ଗଦାତା କେରଳର ଦେବାନନ୍ଦ । କୋର୍ଟଙ୍କ ହସ୍ତକ୍ଷେପ ପରେ ମଧ୍ୟ ଅଙ୍ଗଦାନ କଲେ ଦେବାନନ୍ଦ । କେରଳର ରାଜଗିରି ହସ୍ପିଟାଲରେ ହେଲା ଅଙ୍ଗ ପ୍ରତିରୋପଣ । ଦେବାନନ୍ଦଙ୍କ ଏହି ପଦକ୍ଷେପ ପାଇଁ ଚାରିଆଡୁ ଶୁଭେଚ୍ଛା ଶୁଅ ଛୁଟୁଛି । ରାଜଗିରି ହସ୍ପିଟାଲ ପକ୍ଷରୁ ମାଗଣା ଯକୃତ ପ୍ରତିରୋପଣ କରାଗଲା ।