27.1 C
Bhubaneswar
Sunday, September 29, 2024
Homeଦେଶ ବିଦେଶଟ୍ୱିଟର୍‌ରୁ ୨୦ କୋଟି ୟୁଜର୍‌ଙ୍କ ଡାଟା ଚୋରି

ଟ୍ୱିଟର୍‌ରୁ ୨୦ କୋଟି ୟୁଜର୍‌ଙ୍କ ଡାଟା ଚୋରି

ୱାଶିଂଟନ: ହ୍ୟାକର୍‌ମାନେ ୨୦ କୋଟିରୁ ଊର୍ଦ୍ଧ୍ୱ ଟ୍ୱିଟର୍ ୟୁଜର୍‌ଙ୍କ ଇ-ମେଲ୍ ଚୋରାଇ ନେଇ ସେଗୁଡ଼ିକୁ ଏକ ଅନ୍‌ଲାଇନ୍ ହ୍ୟାକିଙ୍ଗ୍ ଫୋରମ୍‌ରେ ପୋଷ୍ଟ୍ କରିଛନ୍ତି । ଇସ୍ରାଏଲୀ ସାଇବର୍ ସିକ୍ୟୁରିଟି ମନିଟରିଂ ଫାର୍ମ ହଡ୍‌ସନ୍ ରକ୍‌ର କୋ-ଫାଉଣ୍ଡର୍ ଆଲୋନ୍ ଗେଲ୍ ଏହି ସୂଚନା ଦେଇଛନ୍ତି । ଡିସେମ୍ବର ୨୪ରେ ସିକ୍ୟୁରିଟି ରିସର୍ଚ୍ଚର୍ ଏହାକୁ ସୋସିଆଲ୍ ମିଡିଆରେ ପୋଷ୍ଟ୍ କରିଥିଲେ । ଏବେ ଏହାର ସ୍କ୍ରିନ୍‌ଶଟ୍ ଇଣ୍ଟରନେଟ୍‌ରେ ଭାଇରାଲ୍ ହୋଉଛି । ତେବେ ଟ୍ୱିଟର୍ ଏହି ଘଟଣା ଉପରେ କୌଣସି ପ୍ରତିକ୍ରିୟା ଦେଇନାହିଁ । କେତେକ ରିପୋର୍ଟରେ ଅନୁମାନ କରାଯାଉଛି ଏହି ହ୍ୟାଙ୍କିଙ୍ଗ୍ ମାମଲା ଏଲନ୍ ମସ୍କ ଟ୍ୱିଟର୍ ହାତେଇବା ପୂର୍ବରୁ ୨୦୨୧ ପ୍ରାରମ୍ଭର । ଟ୍ୱିଟର୍‌ରେ ହ୍ୟାକିଙ୍ଗ୍ ମାମଲାରେ ଏହା ପ୍ରଥମ ନୁହେଁ । ଏହା ପୂର୍ବରୁ କେତେକ ବଡ଼ ରାଜନେତା ଏବଂ ବ୍ୟବସାୟୀଙ୍କ ଆକାଉଣ୍ଟ୍ ମଧ୍ୟ ହ୍ୟାକ୍ ହୋଇଥିବା ଘଟଣା ସାମ୍ନାକୁ ଆସିଛି । ଏହା ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଏଲନ୍ ମସ୍କଙ୍କ ଆକାଉଣ୍ଟ୍ ମଧ୍ୟ ସାମିଲ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking