34.1 C
Bhubaneswar
Saturday, April 4, 2026
Homeଓଡିଶାଦଶପଲ୍ଲା ବାଣ ବିସ୍ଫୋରଣ ଘଟଣା: ଯୁବକ ମୃତ

ଦଶପଲ୍ଲା ବାଣ ବିସ୍ଫୋରଣ ଘଟଣା: ଯୁବକ ମୃତ

ଦଶପଲ୍ଲା: ନୂଆଁଗାଁ କୋରଡା ବାଣ ବିସ୍ଫୋରଣ ଘଟଣାରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଲେ ଯୁବକ। ଭୁବନେଶ୍ୱର ଏମସରେ ଚିକିତ୍ସାଧୀନ ଅବସ୍ଥାରେ ଶନିବାର ତାଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ ମୀନାଗାଡିଆ ଗାଁର ବାପି ନାହାକ, ଘରେ ରହି ବାଣ ଭିଡିବା ସମୟରେ ଏଭଳି ଅଘଟଣ ଘଟିଥିଲା। ଏବେ ମଧ୍ୟ ଏମସରେ ୨ ଓ ଏସସିବିରେ ୩ ଜଣ ଚିକିତ୍ସାଧୀନ ରହିଛନ୍ତି।ସୂଚନାନୁଯାୟୀ, ବାଣ ଭିଡିବା ବେଳେ ଶୁକ୍ରବାର ଭୟଙ୍କର ବିସ୍ଫୋରଣ ଘଟି ୬ ଜଣ ଗୁରୁତର ହୋଇଥିଲେ। ନୂଆଗାଁ ଥାନା କୋରଡା ଗାଁରେ ଘରେ ବାଣ ଭିଡିବା ବେଳେ ଏହି ଅଘଟଣ ଘଟିଥିଲା। ୭ ତାରିଖରେ ହେବାକୁ ଥିବା ଲଙ୍କାପୋଡି ଉତ୍ସବ ପାଇଁ ବାଣ ଭିଡିବା ବେଳେ ହଠାତ୍ ବିସ୍ଫୋରଣ ଘଟିଥିଲା।। ଗୁରୁତରଙ୍କ ମଧ୍ୟରୁ ୨ ମହିଳା ଓ ଜଣେ ନାବାଳକ ଥିଲେ। ପ୍ରଥମେ ସମସ୍ତ ୬ ଗୁରୁତରଙ୍କୁ ନୟାଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପୁଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking