25.1 C
Bhubaneswar
Tuesday, October 22, 2024
Homeଅପରାଧଦନ୍ତାହାତୀର ମୃତଦେହ ଉଦ୍ଧାର: ୪ ଶିକାରୀ ଗିରଫ

ଦନ୍ତାହାତୀର ମୃତଦେହ ଉଦ୍ଧାର: ୪ ଶିକାରୀ ଗିରଫ

ଦଶପଲ୍ଲା : ଦଶପଲ୍ଲା ବନାଞ୍ଚଳ ମଧ୍ୟରେ ଜଙ୍ଗଲ ଦସ୍ୟୁମାନେ ଜଙ୍ଗଲ ଜନ୍ତୁ ଶିକାରକରି ବାହାର ରାଜ୍ୟକୁ ପଠାଉଥିବା ବେଳେ ଆଜି ଏକ ଦନ୍ତାହାତୀର ମୃତଦେହକୁ ଉଦ୍ଧାର କରିଛି ବନ ବିଭାଗ । ଘଟଣାରୁ ଜଣାଯାଏ ଯେ, ଦଶପଲ୍ଲା ବିଭାଗ ଅନ୍ତର୍ଗତ ବିଲୁଆପଡ଼ାସ୍ଥିତ ବାଇସିପଲ୍ଲୀ ରିଜର୍ଭ ଜଙ୍ଗଲ ମଧ୍ୟରେ ଶିକାରୀମାନେ ବିଦ୍ୟୁତ ତାର ବିଛାଇ ହାତିଟିକୁ ଶିକାରକରି ତାର ଦୁଇ ଦାନ୍ତ କାଟି ନେବାରେ ସକ୍ଷମ ହୋଇଥିଲେ । ଏହି ଘଟଣା ଜଣାପଡିବା ପରେ ନୟାଗଡ଼ ଡିଏଫ୍‌ଓ କ୍ଷମା ଷଡ଼ଙ୍ଗୀ, ଡିସିଏଫ୍ ଗଜାନନ ଲାଡେ, ଇନିସ୍‌ପେକ୍ଟର ରେଣୁବାଳା ସାହୁ, ସାତକୋଶିଆ ବିଭିଓ କିଶୋର କୁମାର ସାହୁ, ଦଶପଲ୍ଲା ରେଞ୍ଜର ସୁଦର୍ଶନ ଦେହୁରୀ ପୋଲିସ ବାହିନୀ ଜଙ୍ଗଲ ବିଭାଗ କର୍ମଚାରୀ ଓ ବିଦ୍ୟୁତ କର୍ମଚାରୀ ବହୁ ଖୋଜାଖୋଜି କରିବା ପରେ ମୃତ ହାତୀର ସନ୍ଧାନ ପାଇଥିଲେ । ଏହା ସହ ଏହି ଶିକାରରେ ସାମିଲ ଥିବା ୪ଜଣଙ୍କୁ ଗିରଫ କରିବା ସହ ଦାନ୍ତ ଦୁଇଟିକୁ ଜବତ କରିବାରେ ସକ୍ଷମ ହୋଇଛି । ଦନ୍ତାଟି ପ୍ରାୟ ୧୫ ଦିନ ତଳୁ ଶିକାର ହୋଇଥିବା କଥା ଡିଏଫ୍‌ଓ ପ୍ରକାଶ କରିଛନ୍ତି । ହାତୀଟିକୁ ଘଟଣାସ୍ଥଳରେ ଶବ ବ୍ୟବଚ୍ଛେଦ କରି ମାଟିରେ ପୋତି ଦିଆଯାଇଛି । ଏହି ଘଟଣାରେ ଆଉ ଅଧିକ କେଉଁମାନେ ସାମିଲ ଅଛନ୍ତି ବିଭାଗ ପକ୍ଷରୁ ତଦନ୍ତ ଜାରି ରଖିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking