23.9 C
Bhubaneswar
Thursday, October 24, 2024
Homeଓଡିଶାପାରାଦ୍ୱୀପରୁ ୧୫୦ କିମି ଦୂରରେ ‘ଦାନା’

ପାରାଦ୍ୱୀପରୁ ୧୫୦ କିମି ଦୂରରେ ‘ଦାନା’

ଭୁବନେଶ୍ୱର: ଆଜି ସନ୍ଧ୍ୟା ୬ ଟା ସୁଦ୍ଧା ବାତ୍ୟା “ଦାନା” ବର୍ତ୍ତମାନ ପାରାଦ୍ୱୀପ ଠାରୁ ୧୫୦ କି.ମି. ଦୂରରେ ଗତିକରୁଥିବା ବେଳେ ୨୪ ତାରିଖ ମଧ୍ୟରାତ୍ରୀ ସୁଦ୍ଧା ଏହା ଭିତରକନିକା ଓ ଧାମରା ମଧ୍ୟ ଦେଇ ଅତିକ୍ରମ କରିବ । ଏହା ଏବେ ୧୦ କିଲୋମିଟର ବେଗରେ ଗତି କରୁଛି । ଏହାର ପ୍ରଭାବରେ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ମୟୂରଭଞ୍ଜ, କେନ୍ଦୁଝର, ଯାଜପୁର, କଟକ ଓ ଢେଙ୍କାନାଳ ପରି ୧୧ଟି ଜିଲ୍ଲା ପ୍ରଭାବିତ ହେବ । ଏଥିରେ ୬୪ଟି ବ୍ଲକ୍ ର ୨୧୬୩ ଟି ଗ୍ରାମ ପ୍ରଭାବିତ ହୋଇଥିବା ବେଳେ, ୧୩ଟି ସହରାଞ୍ଚଳର ୬୪ଟି ୱାର୍ଡ ଓ ୪,୫୪,୮୦୦ ଜନସାଧାରଣ ପ୍ରଭାବିତ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ପ୍ରାୟ ୪ ଲକ୍ଷ ୧୭ ହଜାର ୬୨୬ ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଥିବା ବେଳେ ସେମାନଙ୍କୁ ନିରାପଦ ଆଶ୍ରୟସ୍ଥଳୀରେ ରଖାଯାଇ ରନ୍ଧା ଖାଦ୍ୟ ଦିଆଯାଉଛି । ବର୍ତ୍ତମାନ ସୁଦ୍ଧା ୭୮୨୪ ଆଶ୍ରୟସ୍ଥଳୀ ଖୋଲାଯାଇଥିବା ବେଳେ ସେଥିମଧ୍ୟରୁ ୫୨୦୯ ଟି କାର୍ଯ୍ୟକ୍ଷମ ହୋଇଛି । ଏବେ ସୁଦ୍ଧା ୮୬୨ କୁଇଣ୍ଟାଲ ଚୁଡା ଓ ୯୭ କୁଇଣ୍ଟାଲ ଗୁଡ ରିଲିଫ୍ ଆକାରରେ ବଣ୍ଟା ହୋଇଛି ।

ଲଗାଣ ବର୍ଷା ଯୋଗୁଁ ୫୦୦ ରୁ ଅଧିକ ଗୃହପାଳିତ ପଶୁ ପ୍ରଭାବିତ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ୨୧୩ ଟି ଡାକ୍ତରୀଦଳ ଓ ୧୨୦ ଟି ପଶୁ ଚିକିତ୍ସକ ଦଳ ନିୟୋଜିତ ହୋଇଛନ୍ତି । ପ୍ରାୟ ୩୬୫୪ ଗର୍ଭବତୀ ମହିଳାମାନଙ୍କୁ ସୁରକ୍ଷିତ ପ୍ରସବ ପାଇଁ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି । ବର୍ତ୍ତମାନ ସୁଦ୍ଧା ୩୮୫ ତ୍ୱରିତ କାର୍ଯ୍ୟବାହିନୀକୁ ନିୟୋଜିତ କରାଯାଇଛି । ସେଥିମଧ୍ୟରୁ ୧୯ ଟି ଏନଡିଆରଏଫ୍ ଟିମ୍, ୫୧ ଟି ଓଡ୍ରାଫ୍ ଟିମ୍, ୯୫ ଟି ଓଏଫଡିସି ଓ ୨୨୦ ଟି ଅଗ୍ନିଶମ ବାହିନୀକୁ ପ୍ରଭାବିତ ଅଞ୍ଚଳରେ ମୁତୟନ କରାଯାଇଛି । ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ ରାସ୍ତା ସଫା ଓ ସଂଯୋଗୀକରଣ ପାଇଁ ୨୫୬ ଟି ଟିମ ନିୟୋଜିତ ହୋଇଛନ୍ତି ବୋଲି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ, ଶ୍ରୀ ସୁରେଶ କୁମାର ପୁଜାରୀ ଗଣମାଧ୍ୟମକୁ ପ୍ରକାଶ କରିଛନ୍ତି । ଏହି ଅବସରରେ ସ୍ୱତନ୍ତ୍ର ରିଲିଫ୍ କମିଶନର, ଦେଓରଞ୍ଜନ କୁମାର ସିଂହ, ଗ୍ରାମ୍ୟ ଉନ୍ନୟନ, ସୂଚନା ଓ ଲୋକସଂପର୍କ ବିଭାଗର ପ୍ରମୁଖ ଶାସନ ସଚିବ,ସଞ୍ଜୟ କୁମାର ସିଂହ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking