24.1 C
Bhubaneswar
Sunday, October 20, 2024
Homeଦେଶ ବିଦେଶଚୁମ୍ବନ ଭିଡିଓ ପାଇଁ ଦଲାଇଲାମାଙ୍କ କ୍ଷମାଭିକ୍ଷା

ଚୁମ୍ବନ ଭିଡିଓ ପାଇଁ ଦଲାଇଲାମାଙ୍କ କ୍ଷମାଭିକ୍ଷା

ଧର୍ମଶାଳା: ଜଣେ ବାଳକକୁ ଚୁମ୍ବନ ଦେଉଥିବା ଘଟଣା ସୋିସିଆଲ ମିଡିଆରେ ଭାଇରାଲ ହେବାପରେ ତିଽତୀୟ ଧର୍ମଗୁରୁ ଦଲାଇଲାମା ଉକ୍ତ ବାଳକ ଓ ତାଙ୍କ ପରିବାରକୁ କ୍ଷମାପ୍ରାର୍ଥନା କରିଛନ୍ତି । ଏହି ଘଟଣାରେ ଦଲାଇଲାମାଙ୍କ ଟିମ୍ ସଫେଇ ଦେବାକୁ ଯାଇ କହିଛନ୍ତି ଯେ ଦଲାଇଲାମା ତାଙ୍କ ସମର୍ଥକଙ୍କୁ ଭେଟିବା ସମୟରେ ଏଭଳି ଉଦ୍ଦେଶ୍ୟ ରହିତ ଦୁଷ୍ଟାମି କରିଥାନ୍ତି ।

ଯଦି ଏହି ଘଟଣାରେ ସଂପୃକ୍ତ ବାଳକ କିମ୍ବା ତାଙ୍କ ପରିବାରର ସମ୍ମାନହାନି ହୋଇଥାଏ, ତେବେ ଦଲାଇଲାମା ନିଃସର୍ତ୍ତ କ୍ଷମାଭିକ୍ଷା କରିଥିବା ସେମାନେ କହିଛନ୍ତି । ସୂଚନାଯୋଗ୍ୟ ଏକ ଉତ୍ସବରେ ଯୋଗଦେଇଥିବାବେଳେ ଜଣେ ବାଳକ ଦଲାଇଲାମାଙ୍କ ଆଶିର୍ବାଦ ଭିକ୍ଷା କରୁଥିବାବେଳେ ଦଲାଇଲାମା ବାଳକର ଓଠରେ ଚୁମ୍ବନ ଦେବାସହିତ ତାଙ୍କ ଝିଭ ଚାଟିବାକୁ ବାଳକକୁ କହିଥିଲେ । ଟ୍ୱିଟରରେ ଉକ୍ତ ଭିଡିଓକୁ ପ୍ରାୟ ୧୦ ଲକ୍ଷ ଲୋକ ଦେଖିଥିବାବେଳେ ଦଲାଇଲାମାଙ୍କ ବ୍ୟବହାରକୁ ତୀବ୍ର ସମାଲୋଚନା ମଧ୍ୟ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking