32.1 C
Bhubaneswar
Monday, October 21, 2024
Homeଓଡିଶାଦାଦନ ଖଟିବାକୁ ଯାଇ ନିଖୋଜ

ଦାଦନ ଖଟିବାକୁ ଯାଇ ନିଖୋଜ

ସୋର: ସୋର ବ୍ଲକ କେଶରୀପୁର ପଞ୍ଚାୟତ କେଶରୀପୁର ଗ୍ରାମର ଜଣେ ବ୍ୟକ୍ତି ଦାଦନ ଖଟିବାକୁ ମୁମ୍ବାଇ ଯାଇ ପୁନେରେ ନିଖୋଜ ହୋଇଯାଇଥିବା ନେଇ ସୋର ଥାନାରେ ଅଭିଯୋଗ ହୋଇଛି । ନିଖୋଜ ଜଣକ ହେଲେ ଗଙ୍ଗାଧର ମଲ୍ଲିକ । ଗତ ୧୩ ତାରିଖରେ ଗଙ୍ଗାଧର ଟ୍ରେନରେ ଘରକୁ ଆସୁଥିବାବେଳେ ପୁନେ ରେଳ ଷ୍ଟେସନରୁ ନିଖୋଜ ହୋଇଯାଇଥିଲେ । ପରିବାର ଲୋକେ ତାଙ୍କ ସହ ଯୋଗାଯୋଗ କରି ବିଫଳ ହେବା ପରେ ପୁଅ ଦୀପକ ମଲ୍ଲିକ ସୋର ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ପାଇ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking