18.1 C
Bhubaneswar
Monday, November 25, 2024
Homeଦେଶ ବିଦେଶସାଇକ୍ଲୋନ୍ ଗାବ୍ରିଏଲ୍‌ର ଆତଙ୍କ; ୩୦୯ ଫ୍ଲାଇଟ୍ ବାତିଲ, ୪୬ ହଜାର ଘର ଅନ୍ଧାର

ସାଇକ୍ଲୋନ୍ ଗାବ୍ରିଏଲ୍‌ର ଆତଙ୍କ; ୩୦୯ ଫ୍ଲାଇଟ୍ ବାତିଲ, ୪୬ ହଜାର ଘର ଅନ୍ଧାର

ୱେଲିଂଟନ: ସାଇକ୍ଲୋନ୍ ଗାବ୍ରିଏଲ୍‌ର ଆତଙ୍କ ପରେ ମଙ୍ଗଳବାର ନ୍ୟୁଜିଲାଣ୍ଡରେ ନାସ୍‌ନାଲ୍ ଏମର୍ଜେନ୍ସି ଘୋଷଣା କରାଯାଇଛି । ସାଇକ୍ଲୋନ୍ କାରଣରୁ ଏମର୍ଜେନ୍ସି ଲାଗୁ କରାଯିବା ଏହା ନ୍ୟୁଜିଲାଣ୍ଡ ଇତିହାସରେ ତୃତୀୟ ଘଟଣା । ଏହା ପୂର୍ବରୁ ସୋମବାର ପ୍ରାୟ ୫୦୯ ଫ୍ଲାଇଟ୍ ବାତିଲ କରାଯାଇଥିଲା । ଦେଶର ଉତ୍ତରାଞ୍ଚଳରେ ଘଣ୍ଟା ପ୍ରତି ୨୫୦ କିମି ବେଗରେ ପବନ ବହୁଥିବା ବେଳେ ଅକ୍‌ଲାଣ୍ଡ୍ ସହରରେ ଏହାର ବେଗ ୧୧୦ କିମି ରହିଛି । ସ୍ଲାଇକ୍ଲୋନ୍ ଫଳରେ ଉତ୍ତରାଞ୍ଚଳର ୪୬ ହଜାର ଘରେ ବିଦ୍ୟୁତ୍ ସେବା ବିଚ୍ଛିନ୍ନ ହୋଇଯାଇଛି । ସାଇକ୍ଲୋନ୍ କାରଣରୁ ଭୀଷଣ ବର୍ଷା ଲାଗି ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ଅକ୍‌ଲାଣ୍ଡରେ ୪ ଇଞ୍ଚ ବର୍ଷା ହୋଇଛି । ସେହିପରି ବର୍ଷା କାରଣରୁ ଏଠାକାର ସମୁଦ୍ର ଜଳସ୍ତର ଦ୍ରୁତ ଗତିରେ ବୃଦ୍ଧି ପାଉଛି । ନ୍ୟୁଜିଲାଣ୍ଡ ପାଣିପାଗ ବିଭାଗ ଅନୁସାରେ ଏହା ସାଇକ୍ଲୋନ୍ ଗାବ୍ରିଏଲ୍‌ର ପ୍ରାରମ୍ଭିକ ପର୍ଯ୍ୟାୟ । ଆଗାମୀ ୨୪ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ ।

ଏଥିରେ ବହୁ କ୍ଷୟକ୍ଷତି ହେବାର ଆଶଙ୍କା କରାଯାଉଛି । ଲୋକଙ୍କୁ ଘରୁ ନବାହାରିବାକୁ ପରାମର୍ଶ ଦିଆଯାଇଛି । ସାଇକ୍ଲୋନ୍ ପ୍ରଭାବରେ ସମୁଦ୍ରରେ ବଡ଼ ବଡ଼ ଲହରୀ ଉଠୁଛି । ସେହିପରି ବର୍ଷା କାରଣରୁ ଅନେକ ସ୍ଥାନରେ ମାଟି ଅତଡ଼ା ଖସୁଥିବା ଖବର ମିଳିଛି । ଅକ୍‌ଲାଣ୍ଡ୍‌ରେ ଜୋର୍ ପବନ କାରଣରୁ ଅନେକ ଗଛ ଉପୁଡ଼ି ପଡ଼ିଥିବା ବେଳେ ପ୍ରଶାସନ ପକ୍ଷରୁ ରାସ୍ତାରୁ ଗଛଗୁଡ଼ିକ ସଫା କରାଯାଉଛି । ଝଡ଼ ତୋଫାନରୁ ବର୍ତ୍ତିବା ପାଇଁ ଲୋକମାନେ ଘର ବାହାରେ ବାଲିବସ୍ତା ପକାଉଛନ୍ତି । ସାଇକ୍ଲୋନ୍ ଗାବ୍ରିଏଲ୍‌ଙ୍କୁ ପ୍ରଧାନମନ୍ତୀ କ୍ରିସ୍ ହିପ୍‌କିନ୍ସ ଅତି ବିପଜ୍ଜନକ ଆଖ୍ୟା ଦେଇଥିବା ବେଳେ ସହାୟତା ପାଇଁ ୬୦ କୋଟି ୩୭ ଲକ୍ଷ ୮୩ ହଜାର ଟଙ୍କାର ରିଲିଫ୍ ପ୍ୟାକେଜ୍ ଘୋଷଣା କରିଛନ୍ତି । ଏହା ସହିତ କୋଷ୍ଟ୍‌ଲାଇନ୍ ନିକଟସ୍ଥ ଅଞ୍ଚଳରେ ବସବାସ କରୁଥିବା ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ଚାଲିଯିବା ପାଇଁ ନିବେଦନ କରିଛନ୍ତି । ସୂଚନାଯୋଗ୍ୟ ୧୫ ଦିନ ତଳେ ଜାନୁଆରୀ ୩୦ରେ ଭୀଷଣ ବର୍ଷା ଯୋଗୁଁ ନ୍ୟୁଜିଲାଣ୍ଡରେ ବନ୍ୟା ହୋଇଥିଲା । ସଡ଼କ ଜାମ୍ ହୋଇପଡ଼ିବା ସହିତ ଘରେ ପାଣି ମଧ୍ୟ ପଶିଯାଇଥିଲା । ବନ୍ୟା କାରଣରୁ ଅକ୍‌ଲାଣ୍ଡରେ ୪ ଜଣଙ୍କୁ ମୃତ୍ୟୁ ମଧ୍ୟ ଘଟିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking