25.1 C
Bhubaneswar
Wednesday, March 25, 2026
Homeଦେଶ ବିଦେଶ୫୦ଲକ୍ଷ ଲୁଟିନେଲେ ସାଇବର ଲୁଟେରା: ଜୀବନ ହାରିଦେଲେ ବୃଦ୍ଧ ଦମ୍ପତି

୫୦ଲକ୍ଷ ଲୁଟିନେଲେ ସାଇବର ଲୁଟେରା: ଜୀବନ ହାରିଦେଲେ ବୃଦ୍ଧ ଦମ୍ପତି

ବେଲଗାବୀ: କର୍ଣ୍ଣାଟକର ବେଲଗାବୀରେ ଏକ ବୃଦ୍ଧ ଦମ୍ପତିଙ୍କ ସହ ଅତ୍ୟନ୍ତ ଦୁର୍ଭଗ୍ୟପୂର୍ଣ୍ଣ ଅଘଟଣ ଘଟିଛି। ସାଇବର ଠକଙ୍କ ପକ୍ଷରୁ ନିୟମିତ ଭାବେ ମାନସିକ ଚାପର ଶିକାର ହେବା ପରେ ଏହି ବୃଦ୍ଧ ଦମ୍ପତି ଆତ୍ମହତ୍ୟାର ମାର୍ଗ ବାଛିନେଇଛନ୍ତି। ମୃତ ବ୍ୟକ୍ତି ଦ୍ୱୟ ହେଲେ ୮୩ବର୍ଷୀୟ ଡିଆଙ୍ଗୋ ନଜରତ୍ ଏବଂ ତାଙ୍କ ୭୯ବର୍ଷୀୟ ପତ୍ନୀ ପ୍ଲେବିୟାନା ନଜରତ୍‌। ଅବସରପ୍ରାପ୍ତ ଦମ୍ପତି ପୂର୍ବରୁ ମହାରାଷ୍ଟ୍ର ମନ୍ତ୍ରାଳୟରେ କାର୍ଯ୍ୟ କରୁଥିଲେ ଏବଂ ସେମାନଙ୍କର ପାଖରେ କୌଣସି ସମ୍ପର୍କୀୟ ନଥିଲେ। ଏହାର ସୁଯୋଗ ନେଇ ସାଇବର ଠକମାନେ ଏମାନଙ୍କୁ ଟାର୍ଗେଟ୍ କରିଥିବା ଅନୁମାନ କରାଯାଉଛି।

ପ୍ରାଥମିକ ତଦନ୍ତରୁ ବୃଦ୍ଧ ଦମ୍ପତିଙ୍କୁ ଫୋନ୍ କରି ସେମାନଙ୍କୁ ମିଛ ମାମଲାରେ ଫଶାଇବାକୁ ସାଇବର ଠକମାନେ ଧମକ ଦେଇଥିବା ଏବଂ ଏଥିପାଇଁ ପର୍ଯ୍ୟାୟ ପର୍ଯ୍ୟାୟ କରି ପ୍ରାୟ ୫୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଲୁଟିନେଇଥିବା ଜଣାପଡ଼ିଛି। ସାଇବର ଠକମାନେ ନିଜକୁ ଦିଲ୍ଲୀ କ୍ରାଇମ୍ ବ୍ରାଞ୍ଚର ଅଧିକାରୀ ବୋଲି କହି ବୃଦ୍ଧ ଦମ୍ପତିଙ୍କୁ ଧମକ ଚମକ ଦେଉଥିଲେ। ଠକମାନେ ପୀଡିତଙ୍କୁ କହିଥିଲେ ଯେ ସେମାନଙ୍କ ମୋବାଇଲ୍ ନଂ, ଆଇଡି ଏବଂ ଅନ୍ୟାନ୍ୟ ଡକ୍ୟୁମେଣ୍ଟଗୁଡ଼ିକ କୌଣସି ଅପରାଧିକ କାର୍ଯ୍ୟକଳାପରେ ବ୍ୟବହାର କରାଯାଇଛି। ଏଥିରେ ବୃଦ୍ଧ ଦମ୍ପତି ଦ୍ୱୟ ଭୟ ଏବଂ ମାନସିକ ଚାପରେ ବିଚଳିତ ହୋଇପଡ଼ିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking