16.1 C
Bhubaneswar
Thursday, February 5, 2026
Homeଦେଶ ବିଦେଶଅହମ୍ମଦାବାଦରେ ସିଡବ୍ଲ୍ୟୁଜି ଆଶା ଉଜ୍ୱଳ

ଅହମ୍ମଦାବାଦରେ ସିଡବ୍ଲ୍ୟୁଜି ଆଶା ଉଜ୍ୱଳ

ନୂଆଦିଲ୍ଲୀ: ରାଜ୍ୟଗୋଷ୍ଠୀ କ୍ରୀଡା ୨୦୩୦ ଭାରତରେ ହେବା ଆଶା ଉଜ୍ୱଳ । ସିଡବ୍ଲ୍ୟୁଜି  ଇଫିସିଆଲ  ବିଡ ପାଇଁ  ଅନୁମୋଦନ କଲା ଭାରତୀୟ ଅଲିମ୍ପିକ୍ସ ସଂଘ । ସମସ୍ତ ଖର୍ଚ୍ଚ କେନ୍ଦ୍ର ସରକାର ବହନ କରିବେ , ଅହମ୍ମଦାବାଦ ପାଇଁ ଦାବି । ଅଗଷ୍ଟ ୩୧ ସୁଦ୍ଧା ବିଡ ଦାଖଲ କରିବାକୁ ରହିଛି ଟାଇମ ଲାଇନ । କାନାଡା ବିଡ ଦାଖଲରୁ ଓହରି ଯାଇଥିବାରୁ ଭାରତକୁ ମିଳିବା ଆଶା ଉଜ୍ୱଳ ।

କମନୱେଲଥ ସ୍ପୋର୍ଟର ଗେମ୍ସ ନିର୍ଦ୍ଦେଶକ ଡାରେନ ହଲଙ୍କ ନେତୃତ୍ୱରେ ରାଜ୍ୟଗୋଷ୍ଠୀର ଏକ ଅଧିକାରୀ ଦଳ ସମ୍ପ୍ରତି ଅହମ୍ମଦାବାଦ ଗସ୍ତ କରି ଭେନ୍ୟୁଗୁଡ଼ିକ ଯାଞ୍ଚ କରିଥିଲେ ଏବଂ ଗୁଜରାଟ ସରକାରୀ ଅଧିକାରୀମାନଙ୍କୁ ଭେଟିଥିଲେ।ଏହି ମାସ ଶେଷରେ କମନୱେଲଥ ସ୍ପୋର୍ଟର ଏକ ବଡ଼ ପ୍ରତିନିଧି ଦଳ ସେଠାରେ ପହଞ୍ଚିବାର ଆଶା କରାଯାଉଛି।ନଭେମ୍ବର ଶେଷ ସପ୍ତାହରେ ଗ୍ଲାସଗୋରେ କମନୱେଲଥ କ୍ରୀଡାର ସାଧାରଣ ପରିଷଦ ଆୟୋଜକ ଦେଶ ନିର୍ଣ୍ଣୟ କରିବ। ଭାରତ ପୂର୍ବରୁ ଦିଲ୍ଲୀରେ 2010 ସଂସ୍କରଣର ବହୁ-କ୍ରୀଡା ଇଭେଣ୍ଟ ଆୟୋଜନ କରିଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking