ନୂଆଦିଲ୍ଲୀ : ଦେଶର ୫ ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ରୋଡ୍ ଶୋ’, ପଦଯାତ୍ରା, ସାଇକେଲ୍ ଓ ମୋଟରସାଇକେଲ୍ ରାଲୀ ତଥା ଶୋଭାଯାତ୍ରା ଉପରେ ପ୍ରତିବନ୍ଧ ଜାରି ରହିବ । ଅପରପକ୍ଷରେ ଇନ୍ଡୋର୍ ଓ ଆଉଟ୍ଡୋର୍ ସର୍ବସାଧାରଣ ସଭା ନେଇ ପ୍ରତିବନ୍ଧକୁ ସାମାନ୍ୟ କୋହଳ କରାଯାଇଛି । ଏ ନେଇ ନିର୍ବାଚନନ କମିଶନ୍ ତରଫରି ବିଜ୍ଞପ୍ତି ଜାରି କରି କୁହାଯାଇଛି ଯେ ଦେଶରେ କରୋନା ମହାମାରୀ ସଂକ୍ରମଣ ପରିପ୍ରେକ୍ଷୀରେ ନିର୍ଦ୍ଦେଶାବଳୀକୁ କଡ଼ାକଡ଼ି ପାଳନ କରାଯିବ । ଇନ୍ଡୋର୍ ସମାବେଶରେ କ୍ଷମତାର ୫୦ ପ୍ରତିଶତ ଓ ଆଉଟ୍ଡୋର୍ ସମାବେଶରେ କ୍ଷମତାର ୩୦% କିମ୍ବା ଜିଲ୍ଲାଧିକାରୀଙ୍କ ଦ୍ୱାରା ସାମାଜିକ ଦୂରତାକୁ ନଜରରେ ରଖି ଆବଶ୍ୟକ ସ୍ଥଳେ ଏହି ଅନୁପାତକୁ କମ୍ କରିବା ସହିତ ଅନୁମତି ଦିଆଯିବ । ସୂଚନାଯୋଗ୍ୟ ଯେ ଦେଶରେ କରୋନା ସଂକ୍ରମଣ ପରିପ୍ରେକ୍ଷୀରେ ଗତ ୮ ଜାନୁଆରୀରେ ରାଜନୈତିକ ରାଲୀ ଉପରେ କଟକଣା ଲାଗୁ କରାଯାଇଥିଲା ।