ବାଲେଶ୍ଵର : ବାଲେଶ୍ଵର ସହରରେ ସ୍ଥିତି ଏବେ ସ୍ଵାଭାବିକ ହେଉଛି। ସହରର ସହଦେବଖୁଣ୍ଟା ଓ ଟାଉନ୍ ଥାନା ଅଞ୍ଚଳରେ ପ୍ରଶାସନ କର୍ଫ୍ୟୁ କୋହଳ ସମୟ ୧୬ ଘଣ୍ଟାକୁ ବୃଦ୍ଧି କରିଛି। ପୂର୍ବରୁ କେବଳ ସହଦେବଖୁଣ୍ଟା ଥାନା ଅଞ୍ଚଳରେ ସକାଳ ୫ଟାରୁ ରାତି ୯ଟା ପର୍ୟ୍ୟନ୍ତ କର୍ଫ୍ୟୁ କୋହଳ କରାଯାଇଥିଲା। ଆଜିଠାରୁ ଟାଉନ ଥାନା ଅଞ୍ଚଳରେ ବି ଏହି ନିୟମ ଲାଗୁ କରାଯିବ। ଅର୍ଥାତ୍ କେବଳ ରାତି ୯ଟାରୁ ସକାଳ ୫ଟା ପର୍ୟ୍ୟନ୍ତ କର୍ଫ୍ୟୁ ବଳବତ୍ତର ରହିବ। ସମସ୍ତଙ୍କ ସହଯୋଗରୁ ସହରର ସ୍ଥିତି ଏବେ ସମ୍ପୂର୍ଣ୍ଣ ସ୍ଵାଭାବିକ ହୋଇପାରିଛି ବୋଲି କହିଛନ୍ତି ଜିଲ୍ଲାପାଳ ଏବଂ ଏସ୍ପି। ତେବେ ଶାନ୍ତି କମିଟି ବୈଠକ ଆୟୋଜନ ପୂର୍ବରୁ ସହରର ପ୍ରତ୍ୟେକ ଓ୍ବାର୍ଡରେ ଶାନ୍ତି କମିଟି ଗଠନ ପାଇଁ ଆୟୋଜିତ ହୋଇଥିବା ବୈଠକରେ ନିଷ୍ପତ୍ତି ହୋଇଥିବା ସେ କହିଛନ୍ତି। ଅନ୍ୟପକ୍ଷରେ ଗୋଷ୍ଠୀ କନ୍ଦଳକୁ ନେଇ ଆଜି ସୁଦ୍ଧା ୨୪ଟି ମାମଲା ରୁଜ୍ଜୁ ହୋଇଥିବାବେଳେ ଏ ପର୍ୟ୍ୟନ୍ତ ୯୧ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଗିରଫ ହେବା ଭୟରେ ଫେରାର ଥିବା ବ୍ୟକ୍ତି ଶୀଘ୍ର ଫେରି ଆସିବାକୁ ଏସପି ପରାମର୍ଶ ଦେଇଛନ୍ତି। ଭିଡିଓ ଏବଂ ସିସିଟିଭି ଫୁଟେଜ ଯାଞ୍ଚ ପରେ ନିେର୍ଦ୍ଦାଷଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ।