28.1 C
Bhubaneswar
Sunday, September 29, 2024
Homeଓଡିଶାମା’ ତାରିଣୀଙ୍କ ପ୍ରସିଦ୍ଧ ଆଷାଢି ପୂଜା ଧୁମଧାମରେ ପାଳିତ : ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ...

ମା’ ତାରିଣୀଙ୍କ ପ୍ରସିଦ୍ଧ ଆଷାଢି ପୂଜା ଧୁମଧାମରେ ପାଳିତ : ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା

ଘଟଗାଁ: ଘଟଗାଁର ଅଧିଷ୍ଠାତ୍ରୀ ଦେବୀ ମା’ ତାରିଣୀଙ୍କ ପ୍ରସିଦ୍ଧ ଆଷାଢି ପୂଜା ବେଶ ଧୁମଧାମରେ ପାଳିତ ହୋଇଛି । ଏଥିପାଇଁ ମା’ଙ୍କ ମନ୍ଦିର ଓ ମନ୍ଦିର ପରିସରରେ ଥିବା ଦୁଆରଶୁଣି ମନ୍ଦିର ବନ୍ଦ ରହିଥିଲା । ସଂଧ୍ୟାରେ ମା’ଙ୍କ ମାର୍ଜନା, ବଡ଼ସିଂହାର ବେଶ, ମଙ୍ଗଳ ଆଳତୀ ସହ ପୂଜାର୍ଚ୍ଚନା କରିଥିଲେ ଦେହୁରି । ସମସ୍ତ ପୂଜାବିଧି ପରେ ମା’ଙ୍କ ସୁନାବେଶ ଅନୁଷ୍ଠିତ ହୋଇଥିଲା । ସଂଧ୍ୟାରେ ପହଡ଼ ଖୋଲିବା ପରେ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା ।
ଏହି ଦିନ ଘଟଗାଁ ଅଞ୍ଚଳର ୨୨ ଖଣ୍ଡ ମୌଜାର ମୁରବୀ ମାନେ ଉପସ୍ଥିତ ରହି ପୂଜାର୍ଚ୍ଚନା କରିଥାଆନ୍ତି । ସୂଚନା ମୁତାବିକ ମା’ଙ୍କ ଆଷାଢ଼ି ପର୍ବ ପ୍ରତେକ ବର୍ଷ ଆଷାଢ଼ ମାସର ଶେଷ ଗୁରୁବାର ଦିନ ପାଳନ କରାଯାଏ । ଅଂଚଳବାସୀଙ୍କ ମଙ୍ଗଳ ଓ ଭଲ ଚାଷବାସ ପାଇଁ ଆଷାଢ଼ ମାସର ଶେଷ ଗୁରୁବାର ଦିନ ମା’ ତାରିଣୀ ଉପବାସ ରହିଥାଆନ୍ତି । ସଂଧ୍ୟାରେ ପାରମ୍ପରିକ ରୀତିନୀତିରେ ପୂଜା ଅନୁଷ୍ଠିତ ହୋଇଥାଏ । ନିଶାର୍ଦ୍ଧରେ ମା’ଙ୍କ ନିକଟରେ ଏକ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଏ । ଏହି ପର୍ବ ପାଇଁ ମନ୍ଦିର ପରିସରକୁ ଅଲୋକରେ ସଜ୍ଜିତ କରାଯାଇଥିଲା । ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ମନ୍ଦିର ପ୍ରଶାସନ ଓ ପୁଲିସ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking