19.1 C
Bhubaneswar
Sunday, November 24, 2024
Homeଅପରାଧଭଣ୍ଡୁର ହେଲା ମିଛ କହି ସଂସାର କରିବାର ସ୍ୱପ୍ନ

ଭଣ୍ଡୁର ହେଲା ମିଛ କହି ସଂସାର କରିବାର ସ୍ୱପ୍ନ

ଭୁବନେଶ୍ୱର : ଭଣ୍ଡୁର ହେଲା ମିଛ କହି ସଂସାର କରିବାର ସ୍ୱପ୍ନ । ଦ୍ୱିତୀୟ ବିବାହ କରିବା ପରେ ମାଡ଼ିବସିଲା ପୋଲିସ । ଆଉ ପଦାକୁ ଆସିଲା ଆଉ ଜଣେ ଯୁବକଙ୍କ କାରନାମାର କାହାଣୀ । ପ୍ରଥମ ପତ୍ନୀଙ୍କୁ ଛାଡପତ୍ର ନଦେଇ ଦ୍ୱିତୀୟ ବିବାହ କରିଥିବା ଅଭିଯୋଗରେ ସ୍ୱାମୀଙ୍କୁ ତାର ଘରୁ ଉଠାଇ ଆଣିଛି ଭୁବନେଶ୍ୱର ଉପକଣ୍ଠ ଭରତପୁର ଥାନା ପୋଲିସ । ଅଭିଯୁକ୍ତ ସ୍ୱାମୀଙ୍କ ନାଁ ସୋମନାଥ ମହାପାତ୍ର । ନିର୍ଯାତନା ସହ ଦ୍ୱିତୀୟ ବିବାହ ନେଇ ପ୍ରଥମ ପତ୍ନୀ ସୋମନାଥଙ୍କ ନାଁରେ ଅଭିଯୋଗ କରିଛନ୍ତି । ଗତ ୬ ତାରିଖ ଦିନ ବିଶ୍ୱନାଥ ଦ୍ୱିତୀୟ ବିବାହ କରିଥିବା ନେଇ ପତ୍ନୀ ଅଭିଯୋଗ ଉଠାଇଛନ୍ତି । ଅଭିଯୋଗ ପରେ ବାଣୀବିହାର ସ୍ଥିତ ଘରୁ ବିଶ୍ୱନାଥଙ୍କୁ ଉଠାଇ ଆଣିବା ସହ ଅଟକ ରଖି ପଚରାଉଚରା କରୁଛି । ଭୁବନେଶ୍ୱର ଏସିପି ରଜତ ରାୟଙ୍କ କହିବାନୁସାରେ, ସମ୍ପୃକ୍ତ ବ୍ୟକ୍ତି ଜଣକ ଦ୍ୱିତୀୟ ବିବାହ କରୁଥିବା ନେଇ ପ୍ରଥମ ସ୍ତ୍ରୀ ଅଭିଯୋଗ କରିଥିଲେ । ଯୁବକଙ୍କ ନାଁ ସୋମନାଥ ମହାପାତ୍ର । ଅଭିଯୋଗ ପରେ ତାଙ୍କୁ ଅଟକ ରଖାଯାଇଛି । ତାଙ୍କ ସ୍ତ୍ରୀ ଅଭିଯୋଗ କରିଥିଲେ ଯେ, ସ୍ୱାମୀ ତାଙ୍କୁ ନିର୍ଯାତନା ଦେଉଛନ୍ତି । ଅନ୍ୟ ସ୍ତ୍ରୀ ଲୋକଙ୍କ ସମ୍ପର୍କ ରଖିଛନ୍ତି । ସେହି ଅଭିଯୋଗରେ ଏକ ମାମଲା ରୁଜୁ ହୋଇଛି । ସେହି ଅଭିଯୋଗରେ ସୋମନାଥଙ୍କୁ ଅଟକ ରଖାଯାଇଛି । ତେବେ ସେ ଅନ୍ୟ କାହାକୁ ବିବାହ କରିଛନ୍ତି କି ନାହିଁ, ତାହା ଜଣାପଡିନାହିଁ । ଯଦି ସେଭଳି ଆସେ, ତାହାହେଲେ ତଦନ୍ତ କରାଯିବ । ତେବେ ଏନେଇ ସୋମନାଥ କହିଛନ୍ତି ଯେ ପ୍ରଥମ ସ୍ତ୍ରୀ ମାନସିକ ଓ ଶାରିରୀକ ଭାବେ ନିର୍ଯାତନା ଦେଉଥିଲେ । ଏନେଇ ଯୁକ୍ତିତର୍କ ହୋଇଥିଲା । ଦୁଇ ଜଣ ସ୍ତ୍ରୀଙ୍କ ସହ ମୁଁ ସମ୍ପର୍କରେ ରହିଆସିଛି । ମୁଁ ବିବାହ କରିଥିବା ନେଇ ଦ୍ୱିତୀୟ ସ୍ତ୍ରୀ ଜାଣିନଥିଲେ । ମୁଁ ଭୁଲ କରିଛି । ପ୍ରଥମ ବିବାହ କରିଥିବା ସ୍ତ୍ରୀ ସହ ସମାଧାନ କରି ଦ୍ୱିତୀୟ ବିବାହ କରିବାର ଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking