27.1 C
Bhubaneswar
Thursday, November 21, 2024
Homeସ୍ୱାସ୍ଥ୍ୟକାକୁଡି ଚୋପା ଲିଭାଇବ ମୁହଁ ଦାଗ...

କାକୁଡି ଚୋପା ଲିଭାଇବ ମୁହଁ ଦାଗ…

ବ୍ୟୁରୋ : ରାଜ୍ୟରେ ପ୍ରବଳ ଖରା ଅନୁଭୂତ ହେଉଛି। ବାହାରକୁ ବାହାରିବା ମୁସ୍କିଲ ହୋଇପଡୁଛି। ତାତି ଏତେ ହେଉଛି ଯେ ହାତ, ଗୋଡ, ମୁହଁ ଜଳିଯାଉଛି। ତେବେ କିପରି ଖରାଦିନେ ନିଜକୁ ସୁସ୍ଥ ରଖିବେ ଏବଂ ସୌନ୍ଦର୍ଯ୍ୟକୁ ବଜାୟ ରଖିବେ ଆସନ୍ତୁ ନଜର ପକାଇବା କିଛି ଟିପ୍ପଣୀ ଉପରେ।କାକୁଡ଼ି ଏକ ଏପରି ଫଳ ଯେଉଁଥିରେ ୯୫ ପ୍ରତିଶତ ପାଣି ଥାଏ । କାକୁଡି ଖାଇବା ଦ୍ୱାରା ଆପଣଙ୍କ ଶରୀର ଡିହାଇଡ୍ରେସନ୍ ସମସ୍ୟାରୁ ଦୂରେଇ ରହିଥାଏ । କେବଳ ସେତିକି ନୁହେଁ, କାକୁଡି ମୁହଁରେ ଲଗାଇବା ଦ୍ୱାରା ହିଁ ତ୍ୱଚାର ସୌନ୍ଦର୍ଯ୍ୟ ବଢ଼େ। କାକୁଡି ଚୋପା ଆପଣଙ୍କୁ ଅନେକ ସୁବିଧା ଯୋଗାଇଥାଏ ।କାକୁଡ଼ି ଚୋପାର ଫେସ୍ ମାସ୍କ ତ୍ୱଚା ପାଇଁ ବହୁତ ଲାଭଦାୟକ ହୋଇଥାଏ । କାକୁଡିରେ ତିଆରି ଫେସ୍ ମାସ୍କ ଆପଣଙ୍କ ଚେହେରାରେ ଥିବା ଦାଗ ଏବଂ ଚିହ୍ନ ରୁ ମଧ୍ୟ ମୁକ୍ତି ଦେଇଥାଏ । କାକୁଡି ଚୋପାର ଫେସ୍ ମାସ୍କ ନେଇ ଏହାକୁ ସମ୍ପୂର୍ଣ୍ଣ ଚେହେରାରେ ଭଲ ଭାବରେ ଲଗାନ୍ତୁ । ଏହା ପରେ, ଫେସ୍ ମାସ୍କକୁ ପ୍ରାୟ ୧୫-୨୦ ମିନିଟ୍ ପର‌୍ୟ୍ୟନ୍ତ ଛାଡିଦିଅନ୍ତୁ । ଶେଷରେ ସାଧା ପାଣିରେ ମୁହଁ ଧୋଇ ସଫା କରନ୍ତୁ । ଏହାପରେ ଦେଖିବେ କିପରି ଆପଣଙ୍କ ତ୍ୱଚାରୁ ଦାଗ ଚାଲିଯାଉଛି ଏବଂ ଆପଣଙ୍କ ତ୍ୱଚା ଚମକୁଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking