27.1 C
Bhubaneswar
Saturday, October 19, 2024
Homeଅପରାଧନୃଶଂସତାର ସୀମା ପାର; ଯୁବକଙ୍କ ଗଳା କାଟି ରକ୍ତ ପିଇଲା ଅଭିଯୁକ୍ତ

ନୃଶଂସତାର ସୀମା ପାର; ଯୁବକଙ୍କ ଗଳା କାଟି ରକ୍ତ ପିଇଲା ଅଭିଯୁକ୍ତ

ବେଙ୍ଗାଲୁରୁ: ସମୟ ଚକ୍ରରେ ମନୁଷ୍ୟ ନୃଶଂସତାର ସୀମା ପାର କରୁଛି । ବେଳେ ବେଳେ ଏପରି କିଛି ଘଟଣା ସାମ୍ନାକୁ ଆସୁଛି ଯାହା ମନୁଷ୍ୟ ସମାଜକୁ ଆଶ୍ଚର୍ଯ୍ୟଚକିତ କରିଦେଉଛି । ଏପରି ଏକ ଲୋମହର୍ଷଣକାରୀ ଘଟଣା ଘଟିଛି କର୍ଣ୍ଣାଟକ ଚିକ୍କାବଲପୁର ଅଞ୍ଚଳରେ । ଯେଉଁଠି ଅଭିଯୁକ୍ତ ଜଣକ ଯୁବକଙ୍କ ଗଳା କାଟିବା ପରେ ରକ୍ତ ପିଇଥିବା ଜଣାପଡ଼ିଛି । ଘଟଣାଟି 4 ଦିନ ତଳେ ଘଟିଥିବା ବେଳେ ଏବେ ଏହାର ଭିଡିଓ ଭାଇରାଲ ହେବାରେ ଲାଗିଛି । ଅଭିଯୁକ୍ତ ବିରୋଧରେ ଥାନାରେ ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି । ପତ୍ନୀଙ୍କ ସହିତ ଅନୈତିକ ସମ୍ପର୍କ ସନ୍ଦେହରେ ଅଭିଯୁକ୍ତ ଜଣକ ହତ୍ୟା ଉଦ୍ୟମ କରିଥିବା ପଡ଼ୋଶୀ ଅଭିଯୋଗ କରିଛନ୍ତି ।

ମିଳିଥିବା ସୂଚନା ଅନୁସାରେ ପାରିବାରିକ କଳହକୁ ନେଇ ଏଭଳି ଜଘନ୍ୟକାଣ୍ଡ ଘଟାଇଛି ଅଭିଯୁକ୍ତ । ଚିକ୍କାବଲପୁର ଜିଲ୍ଲାର ଚିନ୍ତାମଣି ଡିଭିଜନର ବାଟଲାହଲି ଅଞ୍ଚଳର ଅଧିବାସୀ ବିଜୟ ବୋଲି ଜଣାପଡ଼ିଛି । ଆଉ ଆହତ ବ୍ୟକ୍ତି ଜଣକ ମଡେମ୍ପଲି ଅଞ୍ଚଳର ଅଧିବାସୀ ମରେଶ । ଉଭୟଙ୍କ ମଧ୍ୟରେ ବିବାଦ ଉପୁଜିବା ପରେ ଅଭିଯୁକ୍ତ ବିଜୟ ମରେଶଙ୍କୁ ଫୋନ ଯୋଗେ ସିଡେପଲ୍ଲି ଅଞ୍ଚଳକୁ ଡାକିଥିଲା । ଏହାପରେ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଏହାପରେ ବିଜୟ ମରେଶଙ୍କୁ ଛୁରୀରେ ଆକ୍ରମଣ କରି ତାର ଗଳା କାଟି ଦେଇଥିଲା । ଏହାପରେ ଗୁରୁତର ହୋଇପଡ଼ିଥିଲେ ମରେଶ ।

ଗଳା କାଟିବା ପରେ ନୃଶଂସ ପାଲଟି ଯାଇଥିବା ବିଜୟ ମରେଶଙ୍କ ରକ୍ତ ପିଉଥିବାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି । ଏହି ଭିଡିଓଟି ଭାଇରାଲ ହେବା ପରେ ଘଟଣା ସାମ୍ନାକୁ ଆସିଛି । ସେପଟେ ଗୁରୁତର ହୋଇପଡ଼ିଥିବା ମରେଶକୁ ସ୍ଥାନୀୟ ଲୋକେ ହସ୍ପିଟାଲରେ ଭର୍ତ୍ତି କରିବା ପରେ ପୋଲିସକୁ ଖବର ଦେଇଥିଲେ । ପୋଲିସ ବିଜୟ ବିରୋଧରେ ମାମଲା ରୁଜୁ କରିବା ସହିତ ତାଙ୍କୁ ଗିରଫ କରିଥିବା ଜଣାପଡ଼ିଛି । ଏହି ଭିଡିଓ ଏବେ ଭାଇରାଲ ହେଉଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଏକ ଭୟର ବାତାବରଣ ସୃଷ୍ଟି ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking