27.1 C
Bhubaneswar
Saturday, June 22, 2024
Homeଦେଶ ବିଦେଶସୀମା ପାର୍‌ ଆତଙ୍କବାଦ ଏକ ଭଲ ପଡୋଶୀର ନୀତି ନୁହେଁ - ଏସ ଜୟଶଙ୍କର

ସୀମା ପାର୍‌ ଆତଙ୍କବାଦ ଏକ ଭଲ ପଡୋଶୀର ନୀତି ନୁହେଁ – ଏସ ଜୟଶଙ୍କର

ନୂଆଦିଲ୍ଲୀ : ଏସ ଜୟଶଙ୍କର ପୁଣି ଥରେ ବୈଦେଶିକ ମନ୍ତ୍ରୀ ଭାବରେ ଦାୟିତ୍ୱ ନେଇଛନ୍ତି । ମଙ୍ଗଳବାର ସକାଳେ ଜୟଶଙ୍କର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟରେ ପହଞ୍ଚି ଦେଶର ନୂତନ ବୈଦେଶିକ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଛନ୍ତି। ଏସ ଜୟଶଙ୍କର କହିଛନ୍ତି, ପୁଣି ଥରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ନେତୃତ୍ୱ ନେବାର ଦାୟିତ୍ୱ ଦିଆଯିବା ଅତ୍ୟନ୍ତ ଗୌରବର ବିଷୟ। ତେବେ ଦାୟିତ୍ୱ ନେବା ପରେ ଜୟଶଙ୍କର ପାକିସ୍ତାନକୁ ଚେତାଇଛନ୍ତି। ସୀମା ପାର୍‌ ଆତଙ୍କବାଦ ଏକ ଭଲ ପଡୋଶୀର ନୀତି ନୁହେଁ ବୋଲି ସେ କହିଛନ୍ତି। ପାକିସ୍ତାନ ଆଉ ଆମର ସୀମା ଆତଙ୍କବାଦର ସମସ୍ୟା ପୁରୁଣା। ଏହାର ସମାଧାନ ଖୋଜିବାକୁ ଚାହୁଁଛୁ। ଚୀନ ଏବଂ ପାକିସ୍ତାନ ସହ ଭାରତର ସମ୍ପର୍କ ସାମାନ୍ୟ ଭିନ୍ନ। ଏହି କାରଣରୁ ସମସ୍ୟା ମଧ୍ୟ ଭିନ୍ନ। ଆମର ପ୍ରୟାସ ହେଉଛି ଚୀନ୍‌ ସହ ଲାଗି ରହିଥିବା ସୀମା ବିବାଦର ସମାଧାନ ଖୋଜିବା ବୋଲି ଏସ୍‌ ଜୟ ଶଙ୍କର କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି, ଭାରତର ଭୂମିକା ବୃଦ୍ଧି ପାଉଛି। ବର୍ତ୍ତମାନ ବିଶ୍ୱ ଭାରତକୁ ଜଣେ ବନ୍ଧୁ ଭାବରେ ଦେଖୁଛି, ଯିଏ ସଙ୍କଟ ସମୟରେ ସେମାନଙ୍କ ସହ ରହିଥାଏ। ବିବାଦର ସମାଧାନ ପାଇଁ ଆମେ କାର୍ଯ୍ୟ କରିବୁ। କୌଣସି ଦେଶରେ, ବିଶେଷ କରି ଗଣତନ୍ତ୍ରରେ, ଯେତେବେଳେ ଏକ ସରକାର ଲଗାତାର ୩ ଥର ନିର୍ବାଚିତ ହୁଅନ୍ତି, ଏହା ଏକ ବଡ଼ କଥା। ଏହି କାରଣରୁ ବିଶ୍ୱ ନିଶ୍ଚିତ ଭାବରେ ଅନୁଭବ କରିବ ଯେ ଭାରତରେ ରାଜନୈତିକ ସ୍ଥିରତା ଅଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking