30.1 C
Bhubaneswar
Thursday, February 12, 2026
Homeଦେଶ ବିଦେଶବର୍ଷା ଯୋଗୁଁ ଫସଲ ନଷ୍ଟ: ୨ କୃଷକ ଆତ୍ମହତ୍ୟା

ବର୍ଷା ଯୋଗୁଁ ଫସଲ ନଷ୍ଟ: ୨ କୃଷକ ଆତ୍ମହତ୍ୟା

ଗୁଜୁରାଟ: ଗୁଜୁରାଟର ସହରରେ ଅଦିନିଆ ବର୍ଷା ଯୋଗୁଁ ଫସଲ ନଷ୍ଟ କରି ଚାଷୀଙ୍କ ଉପରେ ଅଡୁଆ ସୃଷ୍ଟି କରିଛି। ଗତ ସପ୍ତାହରେ ଫସଲ ବିଫଳତା ହେତୁ ଦୁଇ କୃଷକ ଦୁଃଖ ସହି ନ ପାରି ନିଜର ଜୀବନ ନେଇଛନ୍ତି ରାଜକୋଟରେ ସର୍ଦ୍ଦାରରେ ଜଣେ କୃଷକଙ୍କ ଆତ୍ମହତ୍ୟା ହେବାର ପାଞ୍ଚ ଦିନ ପରେ ଜୁନାଗଡର କେଶୋଡ ତାଲୁକାରେ ଆଉ ଏକ ମାମଲା ସାମ୍ନାକୁ ଆସିଛି ଯେଉଁଠାରେ ଶେରଗଡ ଗ୍ରାମରେ ଚାରିଜଣ ଝିଅ ଙ୍କୁ ଛାଡି ଜଣେ କୃଷକ ଜୀବନ ହାରିଛନ୍ତି । ଜୁନାଗଡର କେଶୋଡ ତାଲୁକାର ଶେରଗଡ ଗାଁର ଜଣେ କୃଷକ ଡାନୁବାଇ ବାବ୍ରିଆ ଅକ୍ଟୋବର ୩୧ ରେ ଗୁରୁତର ଆର୍ଥିକ ଦୁଃଖ ମଧ୍ୟରେ ନିଜ ଜୀବନ ନେଇଥିଲେ। ପରିବାର ସଦସ୍ୟଙ୍କ କହିବାନୁସାରେ, ଦାରୁବାଇ ଖରିଫ ଭୂମିରେ ବାଦାମ ରୋପଣ କରିଥିଲେ, ଲଗାତାର ବର୍ଷା ତାଙ୍କୁ ଗଭୀର ଆର୍ଥିକ ଅସୁବିଧାରେ ପକାଇ ଦେଇଥିଲା। ଶେରଗଡ ଗାଁର ବାସିନ୍ଦା ତଥା ମୃତକଙ୍କ ପରିବାର ସଦସ୍ୟ ଜନ କିଶାନ ବାବ୍ରିଆ ସ୍ଥାନୀୟ ଗଣମାଧ୍ୟମକୁ କହିଛନ୍ତି ଯେ ମୋର ବଡ଼ ଭାଇ ଗତକାଲି ରାତିରେ ନିଜକୁ ଫାଶୀ ଦେଇ ନିଜ ଜୀବନ ନେଇଥିଲେ। ତାଙ୍କର ବାଦାମ ଫସଲ ବିଫଳ ହେବା ପରେ ସେ ଏମିତି ନିଷ୍ପତି ନେଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking