ଭୁବନେଶ୍ୱର: ବେଦାନ୍ତ ବିଶ୍ୱବିଦ୍ୟାଳୟ ମାମଲାରେ ସୁପ୍ରିମକୋର୍ଟଙ୍କ ରାୟ ପ୍ରସଙ୍ଗ । ରାଜ୍ୟ ସରକାରଙ୍କୁ କଡା ସମାଲୋଚନା କଲେ ବିଜେପି ନେତା ସମ୍ବିତ ପାତ୍ର । ଘରୋଇ କମ୍ପାନିକୁ ଅହେତୁକ ଅନୁକମ୍ପା ନେଇ ସୁପ୍ରିମକୋର୍ଟ ଭର୍ତ୍ସନା କରିଛନ୍ତି । ସାଧାରଣ ଲୋକଙ୍କ ସଂପତ୍ତିକୁ ଏକ କମ୍ପାନୀକୁ ଦେବା ଏକ ଚିନ୍ତାର ବିଷୟ । ରାଜ୍ୟ ସରକାର କେବଳ ସଂପୃକ୍ତ ଘରୋଇ କମ୍ପାନି ପାଇଁ ଚିନ୍ତିତ ଥିଲେ । ୬ହଜାର ଜମିହରା ଚାଷୀଙ୍କ ପାଇଁ ଚିନ୍ତିତ ନଥିଲେ ରାଜ୍ୟ ସରକାର । ସୁପ୍ରିମକୋର୍ଟଙ୍କ ରାୟ ବଳରେ ଧର୍ମର ଜୟ ହୋଇଛି ବୋଲି କହିଛନ୍ତି ସମ୍ବିତ ପାତ୍ର ।