ବିହାର : ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ସୁଶାସନର ଦାବି କରୁଥିଲା ବେଳେ ଅପରାଧ ଓ ଅପରାଧୀମାନଙ୍କ ପାଇଁ କଠୋର ନିୟମ ପ୍ରଣୟନ କରିଛନ୍ତି । କିନ୍ତୁ ବିହାରର ଅପରାଧୀ ମାନେ ଏବେବି ଖୁଲମଖୁଲା ଭାବେ ଅପରାଧ ଘଟାଇ ଚାଲିଛନ୍ତି । ଏହାର ପ୍ରମାଣ ଦେଉଛି ବିହାର ଅପରାଧ ବ୍ୟୁରୋ ରିପୋର୍ଟ । ବ୍ୟୁରୋ ତରଫରୁ ପ୍ରକାଶ କରାଯାଇଥିବା ରିପୋର୍ଟ ଅନୂସାରେ ରାଜ୍ୟରେ ଜାନୂଆରୀ ଠାରୁ ସେପ୍ଟେମ୍ବର ଭିତରେ ୨୪୦୬ ଜଣ ଲୋକଙ୍କ ହତ୍ୟା ହୋଇଛି ଓ ୧୧୦୬ ଜଣଙ୍କୁ ଦୁଷ୍କର୍ମ ଅଭିଯୋଗ ହୋଇଛି । ଏହି ରିପୋର୍ଟରୁ ଜଣାପଡ଼ୁଛି କି ପୂର୍ବ ୯ ମାସରେ ଅପରାଧର ମାତ୍ରା ଲଗାତର ଭାବେ ବଢିଚାଲିଛି । ବିହାରରେ ପ୍ରତି ୨୪ ଘଣ୍ଟାରେ ୯ ହତ୍ୟା ଓ ଦୁଷ୍କର୍ମ ଘଟଣା ଘଟୁଛି । ହତ୍ୟା ଘଟଣାରେ ନଜର ପକାଇଲେ ଜଣାପଡ଼େଯେ ସବୁଠାରୁ ଅଧିକ ହତ୍ୟା ରାଜଧାନୀ ପାଟଣାରେ ହେଉଛି ଯେଉଁଠି ୯ ମାସରେ ୧୫୯ ଟି ହତ୍ୟା ମାମଲା ସାମାନାକୁ ଆସିଛି । ତେବେ ୨ୟ ସ୍ଥାନରେ ଗୟା ଜିଲ୍ଲାରେ ୧୩୮ ଟି ହତ୍ୟା ଓ ୩ୟରେ ମୁଜାଫରନଗରରେ ୧୩୪ ଟି ହତ୍ୟା ଘଟଣା ସାମନାକୁ ଆସିଛି । ଏହି ଅପରାଧ ଘଟଣା ବଢୁଥିବା ନେଇ ପ୍ରତିପକ୍ଷ ନେତା ତେଜସ୍ୱୀ ଯାଦବ ଟ୍ୱିଟ କରି ସରକାରଙ୍କ ଉପରେ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ଯେ ଏହିସବୁ ଅପରାଧ ପାଇଁ ସରକାରଙ୍କ କୋହଳ ନୀତି ଦାୟୀ । ତେଣୁ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଓ ଗୃହମନ୍ତ୍ରୀ ତୁରନ୍ତ ଇସ୍ତଫା ଦିଅନ୍ତୁ ।