29.1 C
Bhubaneswar
Monday, November 18, 2024
Homeଓଡିଶାରାଜଧାନୀରେ ବଢ଼ିଛି ଅପରାଧ

ରାଜଧାନୀରେ ବଢ଼ିଛି ଅପରାଧ

ଭୁବନେଶ୍ୱର:  ରାଜଧାନୀରେ ଅପରାଧ ସଂଖ୍ୟା ବଢ଼ିବାରେ ଲାଗିଛି । ଅପରାଧୀମାନେ ପୁଲିସକୁ ଖୋଲା ଚାଲେଞ୍ଜ ଦେଇ ଅପରାଧ ଘଟାଉଛନ୍ତି । ରାସ୍ତାରେ ହେଉ କି ଘରେ ପଶି ଲୁଟ୍‌ପାଟ କରୁଛନ୍ତି । ମାଳମାଳ ସିସିଟିଭି, କଡ଼ା ସୁରକ୍ଷା, ପିସିଆର୍ ପାଟ୍ରୋଲିଂ ସତ୍ତ୍ୱେ ବି ସେମାନେ ଭୟ କରୁନାହାନ୍ତି । ବରଂ ପୁଲିସକୁ ଟକ୍କର ଦେବାକୁ ଯାଇ ଅପରାଧ ପରେ ଅପରାଧ ଭିଆଉଛନ୍ତି । ସେହିପରି ଘରୋଇ ହିଂସା, ଗୋଷ୍ଠୀବିବାଦରୁ ଗଣ୍ଡଗୋଳ ଭଳି ଘଟଣା ରାଜଧାନୀରେ ସବୁବେଳେ ଦେଖିବାକୁ ମିଳୁଛି । ଏହିସବୁ ପାଇଁ ପୁଲିସ ଅନେକ ଅସୁବିଧାରେ ପଡୁଥିବାବେଳେ କେତେକଙ୍କ ଜୀବନ ଚାଲିଯାଉଛି ।

ତେବେ ଚଳିତବର୍ଷ ରାଜଧାନୀରେ ଅପରାଧ ବଢ଼ିଥିବା କମିଶନରେଟ୍ ପୁଲିସର ବାର୍ଷିକ ରିପୋର୍ଟରୁ ଜଳଜଳ ହୋଇ ଦିଶୁଛି । ୨୦୨୦ରେ ରାଜଧାନୀରେ ୭ହଜାର ୬୭୪ଟି ମାମଲା ରୁଜୁ ହୋଇଥିବା ବେଳେ ଏବର୍ଷ ଅଧିକ ୨୯୩ଟି ଅପରାଧୀକ ମାମଲା ପଞ୍ଜିକୃତ ହୋଇଛି ।
ସୂଚନା ଅନୁଯାୟୀ, ଭୁବନେଶ୍ୱର ସହରାଞ୍ଚଳ ପୁଲିସ ଅଧିନରେ ଥିବା ୨୩ଟି ଥାନାରେ ୨୦୨୧ ଆରମ୍ଭରୁ ଡ଼ିସେମ୍ବର ୨୦ତାରିଖ ସୁଦ୍ଧା ସମୁଦାୟ ୮୯୬୭ଟି ମାମଲା ରୁଜୁ ହୋଇଛି । ସେଥିମଧ୍ୟରୁ କ୍ୟାପିଟାଲ ଥାନାରେ ସର୍ବାଧିକ ୮୨୪ଟି ମାମଲା ରୁଜୁ ହୋଇଥିବାବେଳେ ଜଟଣୀ ଥାନାରେ ୬୮୧ଟି ଏବଂ ଖଣ୍ଡଗିରି ଥାନାରେ ୬୪୬ଟି ମାମଲା ରୁଜୁ ହୋଇଛି । ସେହିପରି ନନ୍ଦନକାନନରେ ୧୪୬, ମହିଳା ଥାନାରେ ୧୬୨ ଏବଂ ଧଉଳି ଥାନାରେ ୧୯୬ଟି ସର୍ବନିମ୍ନ ମାମଲା ରୁଜୁ କରାଯାଇଛି ।

ସେହିପରି ଚଳିତବର୍ଷ ଭୁବନେଶ୍ୱର ସହରାଞ୍ଚଳ ପୁଲିସ ଜିଲ୍ଲାରେ ସର୍ବମୋଟ୍ ୧୧ହଜାର ୨୦୨ଟି ମାମଲାର ତଦନ୍ତ ଶେଷ କରାଯାଇଛି । ସେଥିମଧ୍ୟରୁ ସହିଦନଗର ଥାନା ସର୍ବାଧିକ ୯୯୦ଟି ମାମଲାର ତଦନ୍ତ ଶେଷ କରିଥିବାବେଳେ ଖଣ୍ଡଗିରି ୮୯୬ଟି ଏବଂ ମଞ୍ଚେଶ୍ୱର ଥାନା ୭୮୬ଟି ମାମଲାର ତଦନ୍ତ ଶେଷ କରିଛି । ଖାରବେଳନଗର, ମହିଳା ଥାନା,ଏୟାରପୋର୍ଟ, ଏୟାରଫିଲ୍ଡ, ଧଉଳି, ଖଣ୍ଡଗିରି, ଲକ୍ଷ୍ମୀସାଗର, ବାଲିପାଟଣା, ବାଲିଅନ୍ତା, ନୟାପଲ୍ଲୀ, ମଞ୍ଚେଶ୍ୱର, ସହିଦନଗର, ଚନ୍ଦ୍ରଶେଖରପୁର, ଇନ୍‌ଫୋସିଟି, ଚନ୍ଦକା ଓ ନନ୍ଦନକାନନ ଇତ୍ୟାଦି ଥାନାରେ ଚଳିତବର୍ଷ କମ୍ ମାମଲା ରୁଜୁ ହୋଇଥିବାବେଳେ ଅଧିକ ମୋକଦ୍ଦମାର ତଦନ୍ତ ଶେଷ ହୋଇଛି । ଏହାରି ଭିତରେ କମିଶନରେଟ୍ ପୁଲିସ ଅନେକ ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇଛି । ୨୦୨୧ ଆରମ୍ଭରୁ ଡ଼ିସେମ୍ବର ୨୦ତାରିଖ ଭିଭିଆଇପି, ଭିଆଇପି ଗସ୍ତ ପାଇଁ ରାଜଧାନୀରେ ୧୩୧୫ଥର ପୁଲିସ ସୁରକ୍ଷା ବ୍ୟବସ୍ଥାର ବନ୍ଦୋବସ୍ତ କରାଯାଇଥିଲା । ଏଥିସହ ୧୪୨୨ଥର ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking