26.1 C
Bhubaneswar
Saturday, October 19, 2024
Homeଅପରାଧବିଦେଶୀ ସାଇବର ଠକ ଆକାଉଣ୍ଟରୁ ୯୮ ଲକ୍ଷ ଫେରାଇ ଆଣିଲା କ୍ରାଇମବ୍ରାଞ୍ଚ

ବିଦେଶୀ ସାଇବର ଠକ ଆକାଉଣ୍ଟରୁ ୯୮ ଲକ୍ଷ ଫେରାଇ ଆଣିଲା କ୍ରାଇମବ୍ରାଞ୍ଚ

କଟକ: ରାଜ୍ୟ କ୍ରାଇମବ୍ରାଞ୍ଚ ଟିମକୁ ବଡ଼ ସଫଳତା । ବିଦେଶୀ ସାଇବର ଠକ ମୁହଁରୁ ଫେରାଇ ଆଣିଲେ ୯୮ ଲକ୍ଷ ଟଙ୍କା । ଆମେରିକାର ଏକ ବ୍ୟାଙ୍କରେ ସାଇବର ଠକଙ୍କ ଆକାଉଣ୍ଟରେ ଏହି ଟଙ୍କା ଥିଲା । ତେବେ ଠକଙ୍କ ଆକାଉଣ୍ଟରେ ଥିବା ଏହି ଠକେଇ ଟଙ୍କାକୁ କ୍ରାଇମବ୍ରାଞ୍ଚ ଟିମ୍ ଫେରାଇ ଆଣିଥିବା କ୍ରାଇମବ୍ରାଞ୍ଚ ପକ୍ଷରୁ ଏକ ପ୍ରେସ ରିଲିଜ ଜରିଆରେ ସୂଚନା ଦିଆଯାଇଛି ।

କ୍ରାଇମବ୍ରାଞ୍ଚର ସୂଚନା ଅନୁସାରେ, ଖୋର୍ଦ୍ଧା ସାରୁଆ ଅଞ୍ଚଳରେ ଥିବା ଏକ କେମିକାଲ କମ୍ପାନୀର ମାଲିକ ନିଜ କମ୍ପାନୀ ପାଇଁ କଞ୍ଚାମାଲ ଅର୍ଡର କରିଥିଲେ । ଆମେରିକାସ୍ଥିତ ଏକ କମ୍ପାନୀରୁ କଞ୍ଚାମାଲ ଆଣିବାକୁ ମେଲ୍ ଜରିଆରେ ଅର୍ଡର ଦେଇଥିଲେ । ମାତ୍ର ଏହି ମେଲ୍ ଯେ ସାଇବର ଠକ ଚଳାଉଥିଲେ ସେକଥା ମାଲିକ ଜାଣିପାରି ନଥିଲେ ।

ମେଲ୍ ଅନୁସାରେ କଞ୍ଚାମାଲ ପାଇଁ ମାଲିକ ଜଣକ ଟଙ୍କା ପୈଠ କରିଥିଲେ । ମାତ୍ର ସାଇବର ଠକ ତାଙ୍କୁ ଆମେରିକା ସ୍ଥିତ ଜେପି ମୋରଗାନ ବ୍ୟାଙ୍କର ଅନ୍ୟ ଏକ ଆକାଉଣ୍ଟ ନମ୍ବରରେ ଟଙ୍କା ଜମା କରିବାକୁ କହିଥିଲେ । କେମିକାଲ କମ୍ପାନୀ କର୍ତ୍ତୃପକ୍ଷ ସାଇବର ଅପରାଧିଙ୍କ ଚାଲ୍ ବୁଝି ନପାରି ସେମାନଙ୍କ କଥା ଅନୁସାରେ ଉକ୍ତ ବ୍ୟାଙ୍କ ଆକାଉଣ୍ଟରେ ପାଖାପାଖି ଏକ କୋଟି ଟଙ୍କା ଜମା କରିଥିଲେ । ଗତ ୨୧ ତାରିଖରେ ସେ ଏହି ଟଙ୍କା ଜମା କରିଥିଲେ ।

ଟଙ୍କା ଜମା କରିସାରିବା ପରେ କମ୍ପାନୀ କର୍ତ୍ତୃପକ୍ଷଙ୍କର ସନ୍ଦେହ ହୋଇଥିଲା । ଏହାର ଯାଞ୍ଚ ପାଇଁ ମଧ୍ୟସ୍ଥତା କରୁଥିବା ବ୍ୟକ୍ତିଙ୍କୁ ପଚାରିଥିଲେ ଏବଂ ଯୋଗାଯୋଗରୁ ଜାଣି ପାରିଥିଲେ ଯେ ଉକ୍ତ ଆକାଉଣ୍ଟ ନମ୍ବର ଠିକ ନୁହେଁ କି ମେଲ୍ ଆଇଡି ବି ଠିକ୍ ନୁହେଁ । ଅର୍ଥାତ ସେସବୁ ଫେକ୍ ବୋଲି ଜାଣି ପାରିଥିଲେ । ଏହାପରେ କମ୍ପାନୀ ମାଲିକଙ୍କ ପାଦ ତଳୁ ସତେ ଯେମିତି ମାଟି ଖସି ଯାଇଥିଲା । ସେ ବଡ ଧରଣର ସାଇବର ଠକେଇର ଶିକାର ହୋଇଥିବାର ଜାଣି ପାରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking