17.1 C
Bhubaneswar
Monday, November 18, 2024
Homeଓଡିଶାମା ବାସୁଳି ମାତା କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ।ନନ୍ଦିନୀ ଇଲେଭେନ୍ ଷ୍ଟାର୍ ବାଇପାଟଣା ଚମ୍ପିୟାନ

ମା ବାସୁଳି ମାତା କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ।ନନ୍ଦିନୀ ଇଲେଭେନ୍ ଷ୍ଟାର୍ ବାଇପାଟଣା ଚମ୍ପିୟାନ

ବାଲିଆପାଳ :  ଲମ୍ବୋଦର ମାହନା ଙ୍କ ନେତୃତ୍ଵରେ ବାଲିଆପାଳ ବ୍ଲକ ର ମଧୁପୁରା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଚୌଧୁରୀ କୁଦ ଗ୍ରାମରେ ଥିବା ଚୌଧୁରୀ କୁଦ ଚରବସ୍ତ କାଳରୁଇ ଖେଳ ପଡିଆ ରେ ରବିବାର ମା ବାସୁଳି ମାତା କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଅଛି। ଚୁଡାନ୍ତ ଖେଳରେ ନନ୍ଦିନୀ ଇଲେଭେନ୍ ଷ୍ଟାର୍ ବାଇପାଟଣା ଟିମ ଚମ୍ପିୟାନ ହୋଇଥିଲା। ଚୁଡାନ୍ତ ଖେଳ ନନ୍ଦିନୀ ଇଲେଭେନ୍ ଷ୍ଟାର୍ ବାଇପାଟଣା ଟିମ ସହିତ ବ୍ଲାକ ପାନ୍ଥର ରାଜଘାଟ ଟିମ ମଧ୍ୟରେ ଅନୁଷ୍ଠିତ ହୋଇଥିଲା ।ନନ୍ଦିନୀ ଇଲେଭେନ୍ ଷ୍ଟାର୍ ବାଇପାଟଣା ଟିମ ଟସ ଜିତି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭର ରେ ୮ ଉଇକେଟ ହରାଇ ୨୦୪ ରନ କରିଥିଲେ। ଜବାବରେ ବ୍ଲାକ ପାନ୍ଥର ରାଜଘାଟ ଟିମ ନିର୍ଦ୍ଧାରିତ ୨୦ ଓଭର ରେ ସମସ୍ତ ଉଇକେଟ୍ ହରାଇ ୧୩୪ ରନ୍ କରି ରାନରସପ୍ ହୋଇଥିବା ବେଳେ ନନ୍ଦିନୀ ଇଲେଭନ୍ ଷ୍ଟାର୍ ବାଇପାଟଣା ଟିମ ବ୍ଲାକ ପାନ୍ଥର ରାଜଘାଟ ଟିମ କୁ ୭୦ ରନ ରେ ପରାସ୍ତ କରି ଟୁର୍ଣ୍ଣାମେଣ୍ଟ ରେ ଚମ୍ପିୟାନ ହେଇଥିଲା। ମୁଖ୍ୟ ଅତିଥି ଭାବରେ ୨୧ ନମ୍ବର ଜୋନ ର ଜିଲ୍ଲା ପରିଷଦ ସଦସ୍ୟ ରବୀନ୍ଦ୍ର ନାଥ ଅଣ୍ଡିଅା ଯୋଗ ଦେଇ ଚମ୍ପିୟାନ ଦଳକୁ ଟ୍ରଫି ପ୍ରଦାନ କରିଥିଲେ , ମୁଖ୍ୟ ବକ୍ତା ଭାବେ ୨୩ ନମ୍ବର ଜୋନ ର ଜିଲ୍ଲା ପରିଷଦ ସଦସ୍ୟା କସ୍ତୁରୀ ବାଳା ପାତ୍ର, ସମ୍ମାନିତ ଅତିଥି ଭାବରେ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ରଘୁନାଥ ସାହୁ, ପଞ୍ଚାନନ ସାହୁ, ବରିଷ୍ଟ ସାମ୍ବାଦିକ ଅଜିତ୍ ଦାସ, ବରିଷ୍ଟ ସାମ୍ବାଦିକ ପ୍ରତାପ ପାତ୍ର , ପୂର୍ବତନ ପ୍ରଧାନ ଶିଖ୍ଯୟତ୍ରୀ ମଞୁବାଳା ସାମଲ , ମୃତ୍ୟୁଞ୍ଜୟ ନାୟକ ଯୋଗ ଦେଇ ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ।ଉକ୍ତ ଟୁର୍ଣ୍ଣାମେଣ୍ଟ ଉଭୟ ଚୌଧୁରୀ କୁଦ ଏବଂ ଚରବସ୍ତ କାଳରୁଇ ର ଯୁବକ ମାନଙ୍କ ପ୍ରଚେଷ୍ଟାରେ ଦୀର୍ଘ ୧୬ ବର୍ଷ ଧରି ଅନୁଷ୍ଠିତ ହୋଇ ଆସୁଛି।ଆଞ୍ଚଳିକ କ୍ରିକେଟ ଟିମ ମାନେ ଅଂଶ ଗ୍ରହଣ କରି ଖେଳ ପ୍ରଦର୍ଶନ କରି ଗାଁ ଗାଁ ମଧ୍ୟରେ ବନ୍ଧୁତା ସ୍ଥାପନ କରିବାରେ ସହାୟକ ସାଜିଛନ୍ତି। ଯାହା ଦ୍ବାରା ଯୁବ ପିଡି ମଧ୍ୟରେ ଉତ୍ତମ ବନ୍ଧୁତା ସ୍ଥାପନ ହେବ ସହିତ ନିଜ ଅଞ୍ଚଳର ଯୁବ ପ୍ରତିଭା ମାନଙ୍କର ବିକାଶ ହୋଇପାରୁଛି। କମିଟିର ସଭାପତି ପ୍ରଦୀପ ମହାନା ଏବଂ କାର୍ତ୍ତିକ ସାହୁ ଖେଳରେ ସ୍କୋର ବୋଡ ଦାୟିତ୍ବ ଗ୍ରହଣ କରି ସୁଚାରୁ ରୂପେ ତୁଲାଇଥିଲେ। ଯୁବ ସଦସ୍ୟ ଉତ୍ସାହର ସହିତ ଲାଇନ ମ୍ୟାନ କାର୍ଯ୍ୟ ତୁଲାଇଥି ବାରୁ ଗ୍ରାମବାସୀ ମାନେ ଖେଳ କମିଟି ର ସଦସ୍ୟ ମାନଙ୍କୁ ଭୂୟୀୟସି ପ୍ରସଂସା କରିଥିଲେ। ମାନସ ସାହୁ, ଦୀପୁ ମାହାନା, ସରୋଜ ଦଣ୍ଡପଟ୍, ଗୌତମ ସାହୁ,ସୁବାସ ମହାନ୍ତି, ପ୍ରିଣ୍ଟ ସାହୁ, ଶ୍ରୀତମ ସାହୁ, ଲଲାଟେନ୍ଦୁ ସାହୁ ଙ୍କ ସହିତ ଅନ୍ୟ ସଦସ୍ୟ ଏବଂ ଗ୍ରାମ ବାସୀ ମନେ ଉପସ୍ଥିତ ରହି ଖେଳାଳୀ ମାନଙ୍କୁ ଉତ୍ସାହିତ କରିବା ସହିତ ସମସ୍ତ କାର୍ଯ୍ୟ ରେ ସହଯୋଗ କରିଥିଲେ। ପରିଶେଷରେ ଲମ୍ବୋଦର ମହନା ଉପସ୍ଥିତ ଅତିଥି ଏବଂ ଖେଳାଳୀ ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking