21.1 C
Bhubaneswar
Thursday, December 18, 2025
Homeଅପରାଧନିଶାସକ୍ତ ବାପାର ଉନ୍ମତ୍ତ କାଣ୍ଡ ; ପିଲାଙ୍କୁ ଦେଲେ ଚେଙ୍କ

ନିଶାସକ୍ତ ବାପାର ଉନ୍ମତ୍ତ କାଣ୍ଡ ; ପିଲାଙ୍କୁ ଦେଲେ ଚେଙ୍କ

ରାଜସ୍ଥାନ : ରାଜସ୍ଥାନର ଧୌଲପୁରରେ ଘଟିଛି ଅବହବନୀୟ ଘଟଣା । ନିଶାସକ୍ତ ବାପା ଉନ୍ମତ୍ତ କାଣ୍ଡ । ପିଲାଙ୍କୁ ଗରମ ଚିମୁଟାରେ ଚେଙ୍କ ଦେଇ ଚାଲିଲା ବାପା। ଅସହ୍ୟ ଯନ୍ତ୍ରଣାରେ ଚିତ୍କାର କଲେ ପିଲା। ଶେଷରେ ଦୁଇ ଶିଶୁଙ୍କୁ ଗୁରୁତର ଅବସ୍ଥାରେ ଚାଇଲ୍ଡ ଲାଇନ୍‌ ଦ୍ୱାରା ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି। ଗୁରୁତର ଦୁଇ ଶିଶୁ କନ୍ୟାଙ୍କ ବୟସ ୨ ରୁ ୩ ବର୍ଷ ମଧ୍ୟରେ ବୋଲି ଜଣାଯାଇଛି। ଗତକାଲି ବିଳମ୍ବିତ ରାତିରେ ଏପରି ଘଟଣା ଘଟିଛି। ଅତ୍ୟଧିକ ନିଶା ସେବନ କାରଣରୁ ସମ୍ପୃକ୍ତ ବ୍ୟକ୍ତିଙ୍କୁ ତାଙ୍କ ପତ୍ନୀ ଛାଡ଼ି ଚାଲି ଯାଇଛନ୍ତି । ମାତ୍ର ଦୁଇ ଛୁଆଙ୍କୁ ସେ ନିଜ ସହ ନେଇ ନାହାନ୍ତି। ପିଲା ଦୁଇ ଜଣ ଘରେ ରହୁଥିବା ବେଳେ ବ୍ୟକ୍ତିଜଣକ ଗତ ରାତିରେ ନିଶାସକ୍ତ ଅବସ୍ଥାରେ ଘରକୁ ଫେରିଥିଲେ। ପିଲାମାନେ କୌଣସି କାରଣରୁ ଅଝଟ କରିବାରୁ ବ୍ୟକ୍ତିଜଣକ ନିଜ ହିତାହିତ ଜ୍ଞାନ ହରାଇ ବସିଥିଲେ। ଏପରକି ସେ ଚିମୁଟାକୁ ଗରମ କରି ପିଲା ଦୁଇ ଜଣଙ୍କୁ ବାରମ୍ବାର ଚେଙ୍କ ଦେବାକୁ ପଛାଇଲେ ନାହିଁ। ପିଲା ଦୁଇ ଜଣ ଖୁବ୍‌ ଜୋରରେ କାନ୍ଦିବା ସତ୍ତ୍ୱେ ତାଙ୍କ ମନ ବଦଳି ନ ଥିଲା। ଶେଷରେ ଚିତ୍କାର ଶୁଣି ପାଖପଡ଼ୋଶୀ ଆସିବାରୁ ବ୍ୟକ୍ତିଜଣକ ଫେରାର ହୋଇ ଯାଇଥିଲେ।ଖବର ପାଇ ଚାଇଲ୍ଡ ଲାଇନ୍‌ କର୍ତ୍ତୃପକ୍ଷ ଓ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚିଥିଲେ। ତୁରନ୍ତ ପିଲା ଦୁଇଜଣଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସେଠାରେ ସେମାନଙ୍କ ଚିକିତ୍ସା ଚାଲିଥିବା ବେଳେ ଅବସ୍ଥା ଗୁରୁତର ରହିଛି। ସୁସ୍ଥ ହେବା ପରେ ପିଲା ଦୁଇଜଣଙ୍କୁ ଶିଶୁ ଗୃହରେ ରଖାଯିବ ବୋଲି ଅଧିକାରୀ କହିଛନ୍ତି ।ପୁଲିସ୍‌ ଏହି ଘଟଣାର ତଦନ୍ତ ଆରମ୍ଭ କରି ଅଭିଯୁକ୍ତଙ୍କୁ ଧରିବାକୁ ବିଭିଦନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking