19.1 C
Bhubaneswar
Monday, November 18, 2024
Homeଓଡିଶାମୁଖ୍ୟମନ୍ତ୍ରୀଙ୍କ ସୁନ୍ଦରଗଡ଼ ଗସ୍ତ ପୂର୍ବରୁ ଜନ ଆନ୍ଦୋଳନ ଉପରେ ଗିରଫଦାରୀକୁ ସିପିଆଇର ନିନ୍ଦା

ମୁଖ୍ୟମନ୍ତ୍ରୀଙ୍କ ସୁନ୍ଦରଗଡ଼ ଗସ୍ତ ପୂର୍ବରୁ ଜନ ଆନ୍ଦୋଳନ ଉପରେ ଗିରଫଦାରୀକୁ ସିପିଆଇର ନିନ୍ଦା

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ସୁନ୍ଦରଗଡ଼ ଗସ୍ତ ପୂର୍ବରୁ ଗାଁ ରାସ୍ତାରେ ଏମସିଏଲର କୋଇଲା ପରିବହନକୁ ବିରୋଧ କରି ଟପରିଆ ଛକରେ ଦୀର୍ଘ ୨୭ ଦିିନ ଧରି ଧାରଣାରତ ଜନଶକ୍ତି ବିକାଶ ପରିଷଦର ନେତା ରାଜେନ୍ଦ୍ର ନାଏକଙ୍କ ସମେତ ୧୬ଜଣଙ୍କୁ ଗିରଫ କରିବାନେବା ସହିତ ଦେଢ଼ଶହ ପୁରୁଷ ଓ ମହିଳାଙ୍କୁ ହିମଗିରି ପୋଲିସ ଉଠାଇ ଆଣିବା ଘଟଣାକୁ ସିପିଆଇ ତୀବ୍ର ନିନ୍ଦା କରିବା ସହ ତୁରନ୍ତ ସେମାନଙ୍କ ଖଲାସ ଓ ମକଦ୍ଦମା ପ୍ରତ୍ୟାହାର ପାଇଁ ଦାବି ଜଣାଇଛି ।
ସିପିଆଇର ରାଜ୍ୟ ସମ୍ପାଦକ ଆଶିଷ କାନୁନ୍‌ଗୋ ଏକ ବିବୃତିରେ କହିଛନ୍ତି– ବାଙ୍କିବାହାଲ -ଟପରିଆ ରାସ୍ତାରେ ଏମସିଏଲର କୋଇଲା ପରିବହନ ଉପରେ ଓଡ଼ିଶା ମାନବିକ ଅଧିକାର କମିଶନ ରୋକ ଲଗାଇଛନ୍ତି । ମାତ୍ର ହେମଗିରି ପୋଲିସ ଓ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ଏମ୍‌ସିଏଲ କର୍ତ୍ତୃପକ୍ଷଙ୍କୁ ଉକ୍ତ ରାସ୍ତାରେ କୋଇଲା ପରିବହନ ବନ୍ଦ କରି ବିକଳ୍ପ ରାସ୍ତା ବାଛିବାକୁ ନିର୍ଦ୍ଦେଶ ଦେବା ପରିବର୍ତ୍ତେ ଅସହ୍ୟ ପ୍ରଦୂଷଣ ଓ ଯାତାୟାତର ଘୋର ଅସୁବିଧା ବିରୋଧରେ ଶାନ୍ତିପୂର୍ଣ୍ଣ ଭାବେ ବସି ରହିଥିବା ଧାରଣା ଉପରେ ଗତକାଲି ଚଢ଼ାଉ କରି ୧୬ଜଣଙ୍କୁ ଗିରଫ କରିବା ସହ ଧାରଣା ଶିବିର ଓ ରୋଷେଇଶାଳକୁ ଭାଙ୍ଗି ଦେଇଥିଲା । ଏ ଖବର ପ୍ରଚାରିତ ହେବା ମାତ୍ରେ ଶହ ଶହ ଲୋକ ଧାରଣାସ୍ଥଳକୁ ଯାଇ ଗିରଫଦାରୀର ପ୍ରତିରୋଧ କରିବାରୁ ପୋଲିସ ୧୪୪ ଧାରା ଜାରି କରି ୧୫୦ଜଣଙ୍କୁ ଉଠାଇ ଆଣିବା କେତେଦୂର ଯୁକ୍ତିଯୁକ୍ତ?
ଏଣୁ ରାଜ୍ୟ ସରକାର ତୁରନ୍ତ ବିନା ସର୍ତ୍ତରେ ଗିରଫ ଆନ୍ଦୋଳନକାରୀମାନଙ୍କୁ ଖଲାସ କରିବା ସହିତ ମୋକଦ୍ଦମାକୁ ପ୍ରତ୍ୟାହାର କରିନେବା ପାଇଁ ସିପିଆଇ ରାଜ୍ୟ ସମ୍ପାଦକ ଦାବି ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking