17.1 C
Bhubaneswar
Sunday, November 24, 2024
Homeକରୋନାଭାରତର ଚେତାବନୀ ପରେ ଭ୍ୟାକ୍ସିନ ନୀତିରେ ପରିବର୍ତନ କଲା ବ୍ରିଟେନ

ଭାରତର ଚେତାବନୀ ପରେ ଭ୍ୟାକ୍ସିନ ନୀତିରେ ପରିବର୍ତନ କଲା ବ୍ରିଟେନ

ନୂଆଦିଲ୍ଲୀ: ଭାରତର ଚେତାବନୀ ପରେ ବ୍ରିଟେନ ନିଜ ଭ୍ୟାକ୍ସିନ ନୀତିରେ ପୁଣି ଥରେ ପରିବର୍ତନ କରିଛି । ବ୍ରିଟେନ ଏବେ ସିରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆର କରୋନା ଭ୍ୟାକ୍ସିନ କୋଭିସିଲ୍ଡକୁ ନିଜ ନୂଆ ଯାତ୍ରା ନିୟମରେ ମାନ୍ୟତା ଦେଇଛି । ତେବେ ଏବେ ବି ବ୍ରିଟେନ ଯାଉଥିବା ଭାରତୀୟଙ୍କୁ କ୍ୱାରେଣ୍ଟିନରେ ରହିବା ଅନିବାର୍ଯ୍ୟ । କାରଣ ସେ ଭାରତର ଭ୍ୟାକ୍ସିନ ସାର୍ଟିଫିକେଟକୁ ମଂଜୁରୀ ଦେଇନାହିଁ । ଏହାପୂର୍ବରୁ ଭାରତ ବ୍ରିଟେନକୁ ଭ୍ୟାକ୍ସିନ ନୀତିରେ ପରିବର୍ତନ କରିବାକୁ ଚେତାବନୀ ଦେଇଥିଲା । ପ୍ରତ୍ୟେକ ଯାତ୍ରୀଙ୍କ ପାଇଁ କୋଭିଡ ପରୀକ୍ଷା ଭାରତରୁ ବିମାନରେ ଆସିବାର ତିନି ଦିନ ପୂର୍ବରୁ କରାଯିବା ବାଧ୍ୟତମୂଳକ । ପହଞ୍ଚିବା ପରେ, ଦ୍ୱିତୀୟ ଏବଂ ଅଷ୍ଟମ ଦିନରେ, PCR ଟେଷ୍ଟ କରାଯିବ । ଭାରତରୁ ବାହାରିବା ପୂର୍ବରୁ ଏହି ପରୀକ୍ଷା ପାଇଁ ବୁକ୍ କରିବା ଆବଶ୍ୟକ । ଭାରତୀୟ ଯାତ୍ରୀମାନେ ଇଂଲଣ୍ଡରେ ପହଞ୍ଚିବା ପୂର୍ବରୁ ସେମାନଙ୍କର ଯାତ୍ରୀ ଲୋକେଟର ଫର୍ମ ପୂରଣ କରିବା ଆବଶ୍ୟକ ।
ସମସ୍ତ ଭାରତୀୟ ଯାତ୍ରୀମାନେ ୧୦ ଦିନ ପାଇଁ ଘରେ କ୍ୱାରେଣ୍ଟାଇନ କରିବା ବାଧ୍ୟତାମୂଳକ ।   ଯାତ୍ରାର ଦୁଇ ଦିନ ଏବଂ ଆଠ ଦିନ ପୂର୍ବରୁ ଜଣେ Covid-19 ପରୀକ୍ଷା କରିବା ଆବଶ୍ୟକ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking