17.1 C
Bhubaneswar
Sunday, November 24, 2024
Homeକରୋନାଆଲଫା ଓ ଡେଲଟା ଭାରିଏଣ୍ଟ୍ ଉପରେ ପ୍ରଭାବଶାଳୀ କୋଭାକ୍ସିନ୍

ଆଲଫା ଓ ଡେଲଟା ଭାରିଏଣ୍ଟ୍ ଉପରେ ପ୍ରଭାବଶାଳୀ କୋଭାକ୍ସିନ୍

ୱାସିଂଟନ୍ : କାଟୁ କରୁଛି କୋଭାକ୍ସିନ୍ । କରୋନା ଭାଇରସର ଆଲଫା ଏବଂ ଡେଲଟା ଭାରିଆଣ୍ଟ୍ ପାଇଁ ପ୍ରଭାବଶାଳୀ ଭାରତ ବାୟୋଟେକ୍ ଦ୍ୱାରା ପ୍ରସ୍ତୁତ କୋଭାକ୍ସିନ୍ ଟିକା । ଆଲଫା ଓ ଡେଲ୍‌ଟା ଭାରିଏଣ୍ଟକୁ ନଷ୍ଟ କରିବାରେ କୋଭାକ୍ସିନ୍ ସଫଳ । କୋଭାକ୍ସିନ୍ ଟିକା ନେଇଥିବା ବ୍ୟକ୍ତିଙ୍କ ନମୂନା ପରୀକ୍ଷା ପରେ ଏହି ସୂଚନା ଦିଆଯାଇଛି । ଟିକା ନେବା ପରେ ଶରୀରରେ ତିଆରି ହେଉଛି ଆଣ୍ଟିବଡି। କରୋନାକୁ ମାତ୍ ଦେବା ଲାଗି ଆଣ୍ଟିବଡି ତିଆରି କରୁଛି କୋଭାକ୍ସିନ୍ । ଏନ୍‌ଆଇଏଚ୍ ପକ୍ଷରୁ ପ୍ରେସ୍ ବିବୃତି ମାଧ୍ୟମରେ ଦିଆଗଲା ଏହି ସୂଚନା । ଆମୋରିକା ନ୍ୟାସ୍‌ନାଲ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ହେଲ୍‌ଥ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଆମେରିକାର ସର୍ବୋଚ୍ଚ ସ୍ୱାସ୍ଥ୍ୟ ଅନୁସନ୍ଧାନ ପ୍ରତିଷ୍ଠାନ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ହେଲ୍ଥ  ଏପରି ଦାବି କରିଛି ।

ଦୁଇଟି ଅଧ୍ୟୟନର ଫଳାଫଳ ସଦୃଶ ସଂଗଠନ କୋଭାକ୍ସିନ୍ ଟିକା ସମ୍ପର୍କରେ ସୂଚନା ଦେଇଛି । ସର୍ବପ୍ରଥମେ ଆଲଫା ଭାରିଆଣ୍ଟ ବ୍ରିଟେନରେ ଏବଂ ଭାରତରେ ଡେଲଟା ଭାରିଆଣ୍ଟରେ ଚିହ୍ନଟ ହୋଇଥିଲା । କୋଭାକ୍ସିନ ନେଇଥିବା ଲୋକଙ୍କ ବ୍ଲଡ୍ ସେରମ୍ ଉପରେ ଦୁଇଟି ଅଧ୍ୟୟନ କରାଯାଇଥିବା କହିଛି NIH । ଟିକା ନେବା ଦ୍ୱାରା ଶରୀରରେ ଆଣ୍ଟିବଡି ଉତ୍ପାଦନ କରୁଛି, ଯାହା SARS-CoV-2 ର ଆଲଫା (B.1.1.7) ଏବଂ ଡେଲଟା (B.1.617) ପ୍ରକାରକୁ ପ୍ରଭାବଶାଳୀ ଭାବରେ ମାତ୍ ଦେଇଥାଏ ।

ତେବେ ଅଧ୍ୟୟନ ସମୟରେ କାନସାସର ଲରେନ୍ସରେ ଅବସ୍ଥିତ ସଂସ୍ଥାର ବାୟୋଟେକ୍ କମ୍ପାନୀ ଭିରୋଭ୍ୟାକ୍ସ ଏଲଏସିରେ ମିଳୁଥିବା ଏଡଜୁଭେଣ୍ଟ୍ ଆଲହାଇଡ୍ରକ୍ସାଇକ୍-୨ ବିଷୟରେ ମଧ୍ୟ ଆଲୋଚନା କରଥିଲା । ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଆଲର୍ଜି ଏବଂ ଇନଫେକ୍ସିନ୍ ଡିଜିଜେସ୍ (NIAID) ର ଆଡଜୁଭାଣ୍ଟ ଡେଭଲପମେଣ୍ଟ ପ୍ରୋଗ୍ରାମ ଏହି ଅଧ୍ୟୟନରେ ସାହାଯ୍ୟ କରିଥିଲା । ଏଡଜୁଭେଣ୍ଟ ଏପରି ଏକ ପଦାର୍ଥ, ଯାହା ଟିକାର ପ୍ରଭାବକୁ ତ୍ୱରାନ୍ୱିତ କରିବା ସହ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ପାଇଁ ଟିକାର ଅଂଶ ଭାବରେ ପ୍ରସ୍ତୁତ କରାଯାଇଥାଏ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking