18.1 C
Bhubaneswar
Friday, November 22, 2024
Homeଦେଶ ବିଦେଶକୋର୍ଟଙ୍କ ବଡ଼ ରାୟ : ଏଣିକି ପିଲାଙ୍କୁ ମା’ ଦେବେ ଘର ତିଆରି ଖାଦ୍ୟ

କୋର୍ଟଙ୍କ ବଡ଼ ରାୟ : ଏଣିକି ପିଲାଙ୍କୁ ମା’ ଦେବେ ଘର ତିଆରି ଖାଦ୍ୟ

ନୂଆଦିଲ୍ଲୀ: କୁନି କୁନି ପିଲାଙ୍କୁ ଏଣିକି ସ୍ୱିଗି କି ଜମାଟୋର ଖାଦ୍ୟ ନୁହେଁ ବରଂ ଘରେ ମାଆ ମାନେ ଯେଉଁ ଖାଦ୍ୟ ରାନ୍ଧିବେ ତାହା ହିଁ ପିଲାଙ୍କୁ ଖାଇବାକୁ ଦେବେ । ଅନେକ ସମୟରେ ମାଆ ଏବଂ ବାପା ମୋବାଇଲ ଫୋନ୍ ସହିତ ଅନ୍ୟ କାମରେ ବ୍ୟସ୍ତ ରହୁଛନ୍ତି । ଯାହା ଫଳରେ ପିଲାମାନେ ଘରେ ରନ୍ଧା ଯାଉଥିବା ସୁଷମ ଖାଦ୍ୟ ନଖାଇ ବାହାରୁ ଅନଲାଇନ୍ ହେଉ କିମ୍ବା ଅଫଲାଇନ୍‌ରେ ଅର୍ଡର କରି ଖାଉଛନ୍ତି । ଯାହାଦ୍ୱାରା ସେମାନଙ୍କ ସ୍ୱାସ୍ଥ୍ୟ ସମସ୍ୟା ଦେଖାଯାଉଛି । ତେଣୁ ଏମିତି ଖାଦ୍ୟରୁ ପିଲାଙ୍କୁ ଦୂରେଇ ରଖିବା ସହିତ ଘରୋଇ ଖାଦ୍ୟ ଦେବା ଉପରେ ପ୍ରାଧାନ୍ୟ ଦେଇଛନ୍ତି କେରଳ ହାଇକୋର୍ଟ । ଯାହାକୁ ନେଇ ସାରା ଦେଶରେ ଚର୍ଚ୍ଚା ।

କୋର୍ଟ ସିଧାସିଧା କହିଛନ୍ତି ସ୍ୱିଗି କିମ୍ବା ‘ଜୋମାଟୋ’ ନୁହେଁ ବରଂ ପିଲାମାନଙ୍କୁ ମାଆର ହାତ ତିଆରି ଖାଦ୍ୟ ଖୁଆନ୍ତୁ ପରିବାର ଲୋକ । ତେବେ କାହିଁକି ଏମିତି ରାୟ ଦେଇଛନ୍ତି କୋର୍ଟ କଣ ରହିଛି କାରଣ? ସୂଚନା ଅନୁସାରେ, ମଙ୍ଗଳବାର ‘ପର୍ଣ୍ଣଗ୍ରାଫି ଦେଖିବା’ ସଂକ୍ରାନ୍ତ ମାମଲାର ରାୟ ଶୁଣାଇବା ବେଳେ କେରଳ ହାଇକୋର୍ଟ ପିଲାଙ୍କ ଖାଦ୍ୟକୁ ନେଇ ଏମିତି ରାୟ ଦେଇଛନ୍ତି । ଅନେକ ସମୟରେ ଦେଖାଯାଉଛି କି ପରିବାର ଲୋକ ଏମିତି ବ୍ୟସ୍ତ ରହୁଛନ୍ତି ଯେ ପିଲାଙ୍କୁ ଘର ତିଆରି ରୋଷେଇ ବଦଳରେ ବାହାର ଖାଦ୍ୟ ଦେଉଛନ୍ତି । ଖାଲି ଏତିକି ନୁହେଁ ବରଂ ରାସ୍ତାକଡ଼ରେ ଠିଆ ହୋଇ ମୋବାଇଲ୍ ଫୋନ୍‌ରେ ‘ପର୍ଣ୍ଣଗ୍ରାଫି’ ଦେଖୁଥିବା ଜଣେ ବ୍ୟକ୍ତିଙ୍କୁ ମାମଲାକୁ ନେଇ ଏମିତି ରାୟ ଶୁଣାଇଥିଲେ କୋର୍ଟ । ତେବେ ସଂପୃକ୍ତ ବ୍ୟକ୍ତିଙ୍କୁ ପୁଲିସ ଗିରଫ କରି ମାମଲା ରୁଜୁ କରିଥିଲା । ପରେ ମାମଲା ଯାଇ ପହଞ୍ଚିଥିଲା କୋର୍ଟରେ । ହେଲେ କୋର୍ଟ ରାୟରେ କହିଥିଲେ, ଅନ୍ୟମାନଙ୍କୁ ଦେଖା ନ ଯିବା ପରି ନିରୋଳା ସ୍ଥାନରେ ଏକାନ୍ତରେ ‘ପର୍ଣ୍ଣଗ୍ରାଫି’ ଦେଖିବା ଅପରାଧ ନୁହେଁ । ଏବଂ ମାଲାକୁ ଖାରଜ କରିଦେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking