କଟକ: ଆସନ୍ତା ଜୁଲାଇ ୨୬ ତାରିଖ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ କଟକ ଗସ୍ତ କାର୍ଯ୍ୟକ୍ରମ ରହିଛି । ଓଡ଼ିଶା ହାଇକୋର୍ଟ ପକ୍ଷରୁ ସେଦିନ କଟକର ସମସ୍ତ ନିମ୍ନ ଅଦାଲତରେ ଛୁଟି ଘୋଷଣା କରାଯାଇଛି । କଟକ ଜଜ୍ସିପ୍ ମୁଖ୍ୟାଳୟର ସମସ୍ତ ସିଭିଲ ଓ କ୍ରିମିନାଲ କୋର୍ଟ ଛୁଟି ପାଇଁ ହାଇକୋର୍ଟର ରେଜିଷ୍ଟ୍ରାର (ଆଡ୍ମିନିଷ୍ଟ୍ରେସନ) ପକ୍ଷରୁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି । ଏନେଇ କଟକ ଜିଲା ଓ ଦୌରାଜଜ୍, ରାଜ୍ୟ ସରକାରଙ୍କ ଗୃହ, ଆଇନ,ରାଜସ୍ୱ ବିଭାଗର ସଚିବ, କମିସନରେଟ ପୁଲିସକୁ ନକଲ ପ୍ରଦାନ କରାଯାଇଛି ।