ନୂଆଦିଲ୍ଲୀ: ବଲିଉଡ୍ ଗାୟକ ହନି ସିଂହ ଓ ପତ୍ନୀ ଶାଳିନୀ ତଲୱାରଙ୍କ ମଧ୍ୟରେ ବିବାହ ବିଚ୍ଛେଦ ଘଟିଛି । ଏହି ପରିପ୍ରେକ୍ଷୀରେ ଦିଲ୍ଲୀର ସାକେତ୍ସ୍ଥିତ ଫ୍ୟାମିଲୀ କୋର୍ଟ ବୁଧବାର ସେମାନଙ୍କର ଛାଡ଼ପତ୍ରକୁ ମଞ୍ଜୁରୀ ଦେଇଛନ୍ତି । ହନି ଓ ଶାଳିନୀଙ୍କ ମଧ୍ୟରେ ବହୁଦିନରୁ ମନୋମାଳିନ୍ୟ ଲାଗି ରହିଥିଲା ।
ଶାଳିନୀ ତାଙ୍କ ବିରୋଧରେ ପାରିବାରିକ ହିଂସା ମାମଲା ଦାଏର କରିଥିବାବେଳେ ଆପୋଷ ବୁଝାମଣା ଭିତ୍ତିରେ ସେମାନେ ଛାଡ଼ପତ୍ର ପାଇଁ ୨୦୨୨ ସେପ୍ଟେମ୍ବରରେ ଅଦାଲତଙ୍କ ଦ୍ୱାରସ୍ଥ ହୋଇଥିଲେ । ଭରଣ ପୋଷଣ ବାବଦରେ ହନି ଶାଳିନୀଙ୍କୁ ୧ କୋଟି ଟଙ୍କା ଦେବେ ବୋଲି ଚୂଡାନ୍ତ ହୋଇସାରିଛି । ୨୦୨୨ ଜାନୁଆରୀ ୧୧ରେ ହନି ଓ ଶାଳିନୀ ପରସ୍ପରକୁ ବିବାହ କରିଥିଲେ ।