28.1 C
Bhubaneswar
Thursday, July 4, 2024
Homeଅପରାଧପ୍ରେମୀ ଯୁଗଳଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ୍‌

ପ୍ରେମୀ ଯୁଗଳଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ୍‌

ବାଲେଶ୍ୱର: ନୀଳଗିରି ପଞ୍ଚଲିଙ୍ଗେଶ୍ୱର ଶୈବପୀଠ ବହୁ ପୁରାତନ ଶୈବପୀଠ ହୋଇଥିବା ବେଳେ ଏଠାକୁ ପ୍ରତିଦିନ ରାଜ୍ୟ ତଥା ରାଜ୍ୟ ବାହାରୁ ଶହ ଶହ ପର୍ଯ୍ୟଟକ ଆସିଥାନ୍ତି । ସାମ୍ପ୍ରତିକ ପରିସ୍ଥିତିରେ ରାଜ୍ୟର ପର୍ଯ୍ୟଟନସ୍ଥଳୀର ବିକାଶ ପାଇଁ ରାଜ୍ୟ ସରକାର କୋଟି କୋଟି ଯଙ୍କା ଖର୍ଚ୍ଚ କରୁଥିବା ବେଳେ ନୀଳଗିରିର ଐତିହ୍ୟ ବହନ କରୁଥିବା ପଞ୍ଚଲିଙ୍ଗେଶ୍ୱର ର ସର୍ବପୁରାତନ ପାନ୍ଥଶାଳାକୁ ବଦନ କରିବାକୁ ବାହାର ରାଜ୍ୟର ପ୍ରେମୀ ଯୁଗମାନେ ଅଶ୍ଳିଳ ଭିଡିଓ ସୁଟିଂ କରି ପର୍ନସାଇଡ୍‌ରେ ଅଫଲୋଡ଼ କରି ମୋଟା ଅଙ୍କରର ଅର୍ଥ ଉପାର୍ଜନ କରୁଛନ୍ତି ।

ଏଭଳି ଏକ ଅନ୍ତରଙ୍ଗ ମୁହର୍ତର ଭିଡିଓ କ୍ୟାମେରା ମାଧ୍ୟମରେ ତୃତୀୟ ବ୍ୟକ୍ତିଙ୍କ ଦ୍ୱାରା ସୁଟିଂ କରାଯାଇ ଥିବା ବେଳେ ଏହି ଭିଡିଓର ପାରିପାଶ୍ୱିର୍କ ଅବସ୍ଥାକୁ ଦଖେିଲେ ପଞ୍ଚଲିଙ୍ଗେଶ୍ୱର ଅଞ୍ଚଳର ହୋଇଥିବା ବେଳେ ଏହା ୨ବର୍ଷ ପୁର୍ବର ଭିଡିଓ ବୋଲି ତର୍ଜମା ଚାଲିଛି। ସୂଚନାଥାଉକି ରାଜ୍ୟ ସରକାର ପର୍ଯ୍ୟଟନସ୍ଥଳୀର ବିକାଶ କରିବା ଏବଂ ପର୍ଯ୍ୟଟକମାନଙ୍କୁ ଅତ୍ୟାଧୁନିକ ସେବା ଯୋଗାଇଦେବାକୁ ପାନ୍ଥାଶାଳାଗୁଡ଼ିକୁ ଘରୋଇକରଣ କରାଇ ସୁଚାରୁ ପରିଚାଳନା ପାଇଁ ପଞ୍ଚଲିଙ୍ଗେଶ୍ୱର ପାନ୍ଥଶାଳାକୁ ମଧ୍ୟ ଘରୋଇ କରଣ କରିଥିବା ବେଳେ ଏହାକୁ ବଦନାମ କରିବା ପାଇଁ ଏକ ହୀନ ପ୍ରୟାସ ବୋଲି ସାଧାରଣରେ ଚର୍ଚ୍ଚା ଚାଲିଛି ।

ବାହାର ରାଜ୍ୟର ପ୍ରେମୀଯୁଗଳ ଉକ୍ତ ଶୈବପୀଠକୁ ନିଜର ଉପଯୁକ୍ତ ସ୍ଥାନ ଭାବି ଏଠାରେ ଅଶ୍ଳୀଳ ଭିଡିଓ ସୁଟିଂ କରିବା ସହ ୱେବସାଇଡରେ ଅପଲୋଡ କରିବା ଘଣାକୁ ଅଞ୍ଚଳ ବାସୀ ତୀବ୍ର ନିନ୍ଦା କରୁଥିବା ବେଳେ ପ୍ରସିଦ୍ଧ ଶୈବପୀଠ ପଞ୍ଚଲିଙ୍ଗେଶ୍ୱରକୁ ବଦନାମ କରୁଥିବା ବେଳେ ଏମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଅଞ୍ଚଳବାସୀ ଦାବୀ କରିଛନ୍ତି । ଘରୋଇକରଣ ପରେ ଏଠାରେ ଏପରି କାର୍ଯ୍ୟକୁ ପ୍ରଶୟ ଦିଆଯାଉ ନ ଥିବା ବେଳେ ପୂର୍ବ ଭିଡିଓକୁ ନେଇ ଏଭଳି ଶୈବପୀଠକୁ ବଦନାମ ନ କରିବା ପାଇଁ ଅଚଂଳବାସୀ ବିନମ୍ର ଅନୁରୋଧ କରିଛନ୍ତି । ଏ ନେଇ ସ୍ଥାନୀୟ ସରପଞ୍ଚ ପୁରସ୍ତମ ସେଠୀ ହୋଟେଲ ଶିଳ୍ପ ଓ ଶୈବପୀଠକୁ ବଦନାମ କରିବା ପାଇଁ ଏସବୁ କାର୍ଯ୍ୟକରୁଛନ୍ତି ତାଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାର ଆବଶ୍ୟକତା ଅଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking